ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଆରସିବି ବିଜୟ ଉତ୍ସବରେ ଦଳାଚକଟା, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବ ଟିମ୍‌

Published By : Tapas Panda | June 5, 2025 5:26 PM

Image Courtesy: business

ବେଙ୍ଗାଲୁରୁ: ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳଚକଟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଭିକ୍ଟ୍ରି ସେଲିବ୍ରେସନ୍‌ ବେଳେ ଘଟିଥିଲା ବଡ଼ ଅଘଟଣ । ଅସମ୍ଭାଳ ଭିଡ଼ ଭିତରେ ଦଳାଚକଟା ଘଟିବାରୁ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏତେ ବଡ଼ ଅଘଟଣ ପାଇଁ ଦାୟୀ କିଏ ? କାହାର ଅପାରଗତା ଲାଗି ଗଲା ଜୀବନ ? ଏଭଳି ଅନେକ ପ୍ରଶ୍ନ ଏବେ ଜନ ମାନସରେ ଉଙ୍କି ମାରୁଛି । ଏସବୁ ଭିତରେ ପ୍ରିୟଜନଙ୍କୁ ହରାଇ ବେସାହାରା ହୋଇପଡ଼ିଥିବା ମୃତକଙ୍କ ପରିବାରକୁ ସାହାରା କିଭଳି ମିଳିବ ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ । ଚର୍ଚ୍ଚା ଆଲୋଚନା ମଧ୍ୟରେ ଆରସିବି ଟିମ୍‌ ମୃତକଙ୍କ ପରିବାର ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ।  

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାନେଜମେଣ୍ଟ ବୁଧବାର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ସମୟରେ ଭୟଙ୍କର ଦଳାଚକଟାରେ ପ୍ରାଣ ହରାଇଥିବା ୧୧ ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି। ଆରସିବି ଗୁରୁବାର ନିଜର ପ୍ରେସ ବିବୃତିରେ କହିଛି ଯେ, ଏହି ଘଟଣାରେ ଆରସିବି ପରିବାର ବେଶ ଦୁଃଖିତ ଓ ମର୍ମାହତ। ସମ୍ମାନ ଭାବେ ଦଳ ପ୍ରବନ୍ଧକ ୧୧ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବେ। 

ଆରସିବି ମଙ୍ଗଳବାର ଅହମ୍ମଦାବାଦରେ ଖେଳା ଯାଇଥିବା ଆଇପିଏଲ୍ ଫାଇନାଲରେ ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ନିଜର ପ୍ରଥମ ଟାଇଟଲ୍ ଜିତିଛି। ଟ୍ରଫି ଜିତିବା ପରେ ବେଙ୍ଗାଲୁରୁରେ ଉତ୍ସବ ପାଳନ ପାଇଁ ସମ୍ମାନ ସମାରୋହ ଆୟୋଜିତ କରାଯାଇଥିଲା। ମାତ୍ର ଷ୍ଟାଡିୟମ ବାହାରେ ଦଳାଚକଟା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତ ପ୍ରଶଂସକଙ୍କ ସହାୟତା ପାଇଁ ‘ଆରସିବି କେୟାର୍ସ’ ନାମରେ ଏକ ସ୍ଵତନ୍ତ୍ର ଫଣ୍ଡ ଆରମ୍ଭ କରାଯାଇଛି। 

 ସୂଚନାଯୋଗ୍ୟ, ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦର୍ଶକ ଧାରଣ କ୍ଷମତା ୩୫ ହଜାର ହୋଇଥିବା ବେଳେ ଆରସିବିର ବିଜୟ ଉତ୍ସବ ଦେଖିବାକୁ ପ୍ରାୟ ୫ ଲକ୍ଷ ଲୋକ ଆସିଥିଲେ । ଷ୍ଟାଡିୟମ ବାହାରେ ଅନିୟନ୍ତ୍ରିତ ଭିଡ଼ ଭିତରେ ଦଳାଚକଟା ହେବାରୁ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛି । ଭିତରେ ସେଲିବ୍ରେସନ ବାହାରେ ମୃତ୍ୟୁ ରଚିଥିଲା ତାଣ୍ଡବ । ଏଭଳି ଏକ ବଡ଼ ଅଘଟଣ ପାଇଁ ସରକାର ଏବଂ ପ୍ରଶାସନ ମଧ୍ୟରେ ଦୋଷ ଠେଲା ଠେଲି ଚାଲିଛି । କିନ୍ତୁ ଏଥିପାଇଁ ପ୍ରକୃତରେ ଯିଏ ଦୋଷୀ ତାକୁ ଦଣ୍ଡ ମିଳିବା ଦରକାର ବୋଲି ସାଧାରଣରେ ଦାବି ହୋଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.