ମାଲକାନଗିରି, ୧୧/୧୨ (ଆପ୍ର ) : ଉପମୁଖ୍ୟମନ୍ତ୍ରୀଙ୍କ ଶାନ୍ତି କମିଟି ସମୀକ୍ଷା ବୈଠକକୁ ଡକାଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଓ ଜିଲ୍ଲା କଂଗ୍ରେସ କମିଟି। ଜିଲ୍ଲା କଂଗ୍ରେସ ଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରି ବିଧାୟକ ଶ୍ରୀ ଖିଲ କହିଛନ୍ତି, ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ଏମଭି ୨୬ ଗ୍ରାମରେ ଲାଗି ରହିଥିବା ଉତ୍ତେଜନା ସଂପର୍କରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାନ୍ତି ପ୍ରତିଷ୍ଠା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ।
ଘଟଣାଟି ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଘଟିଥିଲେ ମଧ୍ୟ ଚିତ୍ରକୋଣ୍ଡା ବିଧାୟକଙ୍କୁ ଉକ୍ତ ବୈଠକକୁ ଡକା ଯାଇନଥିଲା। ଏ ସମ୍ପର୍କରେ ବିଧାୟକ ମଙ୍ଗୁଖିଲ ଅସନ୍ତୋ ପ୍ରକାଶ କରି ଜିଲ୍ଲା ପ୍ରଶାନକୁ ସମାଲୋଚନା କରିଛନ୍ତି। ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ, ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର,ବିନାୟକ ପାତ୍ର, ପଦ୍ମ ପାଙ୍ଗି, ଇର୍ମା ପଡିଆମୀ, ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।