କଟକ,୦୮/୧୦: ଚୌଧୁରୀବଜାର ପୂଜା  କମିଟି ତରଫରୁ  ଚଳିତବର୍ଷ ଦୁଇଟି ସୁନା  କଲିକା ଲଗାଯାଉଛି ।  ଏହାର ପୂଜା ଆଜି ଚୌଧୁରୀବଜାର ପୂଜା  ମଣ୍ଡପରେ କରାଯାଇଛି । ଗୋଟିଏ କଲିକା ପ୍ରାୟ ୧ କିଲୋ ସୁନାରେ ତିଆରି  ହୋଇଛି । ଏହାକୁ  ମିଶାଇ ଚୌଧୁରୀବଜାର ମେଢରେ ୧୧ଟି କଲିକା ମେଢରେ ଲଗାଇବାକୁ  ସକ୍ଷମ ହୋଇଛି । 

Durga Puja 2024: Get all updated News, Videos and Photos of Durga Puja

୧୯୯୩  ମସିହାରେ ମା’ ଦୁର୍ଗାଙ୍କ  ପାଇଁ ସାଢେ ତିନି କିଲୋ ଓଜନର ସୁନା ମୁକୁଟ ତିଆରି କରି ପ୍ରଥମ ସୁନା  ପ୍ରଚଳନର ଟ୍ରେଣ୍ଡ୍‌ ସେଟ୍‌ କରିଥିଲା ଚୌଧୁରୀବଜାର । ୨୦୦୨ ମସିହାରେ  ମହିଷାଶୁର, ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀ ଆଦି ସମସ୍ତ ପାଶ୍ୱର୍  ଦେବାଦେବୀ ଓ ରାକ୍ଷସଙ୍କ ଲାଗି ସୁନା ମୁକୁଟ ଓ ଗହଣା କରାଯାଇଥିଲା ।  ୨୦୦୫ ମସିହାରେ ସୁନାମେଢ ଆଡକୁ କମିଟି ପାଦ ବଢାଇଥିଲା । ମା’ଙ୍କ ଲାଗି ସୁନାର ଚମ୍ପାହାର, ଚାନ୍ଦିମେଢରେ ୪ଟି କଲିକା ତିଆରି ହୋଇଥିଲା ।  ୨୦୦୫ରେ ପାଶ୍ୱର୍ଦେବାଦେବୀଙ୍କ ଲାଗି ସୁନାହାର କରାଯାଇଥିଲା ।