ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚଳିତବର୍ଷ ଦୁଇଟି ସୁନା କଲିକା ଲଗାଇଲା ଚୌଧୁରୀବଜାର, ମୋଟ ସୁନା କଲିକା ସଂଖ୍ୟା ୧୧କୁ ବୃଦ୍ଧି

Published By : Prameya | October 8, 2024 3:09 PM

କଟକ,୦୮/୧୦: ଚୌଧୁରୀବଜାର ପୂଜା  କମିଟି ତରଫରୁ  ଚଳିତବର୍ଷ ଦୁଇଟି ସୁନା  କଲିକା ଲଗାଯାଉଛି ।  ଏହାର ପୂଜା ଆଜି ଚୌଧୁରୀବଜାର ପୂଜା  ମଣ୍ଡପରେ କରାଯାଇଛି । ଗୋଟିଏ କଲିକା ପ୍ରାୟ ୧ କିଲୋ ସୁନାରେ ତିଆରି  ହୋଇଛି । ଏହାକୁ  ମିଶାଇ ଚୌଧୁରୀବଜାର ମେଢରେ ୧୧ଟି କଲିକା ମେଢରେ ଲଗାଇବାକୁ  ସକ୍ଷମ ହୋଇଛି । 

Durga Puja 2024: Get all updated News, Videos and Photos of Durga Puja

୧୯୯୩  ମସିହାରେ ମା’ ଦୁର୍ଗାଙ୍କ  ପାଇଁ ସାଢେ ତିନି କିଲୋ ଓଜନର ସୁନା ମୁକୁଟ ତିଆରି କରି ପ୍ରଥମ ସୁନା  ପ୍ରଚଳନର ଟ୍ରେଣ୍ଡ୍‌ ସେଟ୍‌ କରିଥିଲା ଚୌଧୁରୀବଜାର । ୨୦୦୨ ମସିହାରେ  ମହିଷାଶୁର, ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀ ଆଦି ସମସ୍ତ ପାଶ୍ୱର୍  ଦେବାଦେବୀ ଓ ରାକ୍ଷସଙ୍କ ଲାଗି ସୁନା ମୁକୁଟ ଓ ଗହଣା କରାଯାଇଥିଲା ।  ୨୦୦୫ ମସିହାରେ ସୁନାମେଢ ଆଡକୁ କମିଟି ପାଦ ବଢାଇଥିଲା । ମା’ଙ୍କ ଲାଗି ସୁନାର ଚମ୍ପାହାର, ଚାନ୍ଦିମେଢରେ ୪ଟି କଲିକା ତିଆରି ହୋଇଥିଲା ।  ୨୦୦୫ରେ ପାଶ୍ୱର୍ଦେବାଦେବୀଙ୍କ ଲାଗି ସୁନାହାର କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.