ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ସି.କେ ନାୟୁଡୁ ଟ୍ରଫି : ସମ୍ବିତଙ୍କ ଶତକ, ଓଡ଼ିଶା ଇନିଂସ ଅଗ୍ରଣୀ

Published By : Prameya | October 30, 2024 11:20 AM

କଟକ, ୩୦/୧୦ : ୨୩ ବର୍ଷରୁ କମ୍‌ ପୁରୁଷ ସି.କେ ନାୟୁଡୁ ଟ୍ରଫିର ୩ୟ ଲିଗ୍‌ ମ୍ୟାଚରେ ଘରୋଇ କେରଳ ବିପକ୍ଷରେ ଓଡି଼ଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । କେରଳର ପ୍ରଥମ ଇନିଂସ ୩୧୯ ରନ ଜବାବରେ ଓଡ଼ିଶା ୮ ୱିକେଟରେ ୪୭୨ ରନ କରିଛି । ପେସ୍‌ ବୋଲର ସମ୍ୱିତ ବରାଳ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ୪ ୱିକେଟ ନେବା ସହ ସେ ୧୦୬ ରନ କରି ଅପରାଜିତ ରହିଛନ୍ତି । 

ବୁଧବାର ହେଉଛି ମ୍ୟାଚର ଅନ୍ତିମ ଦିବସ । ୧୫୩ ରନରେ ଆଗୁଆ ରହିଥିବା ଓଡି଼ଶା କେରଳ ଠାରୁ ବିଜୟ ପଏଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ୩ ୱିକେଟ୍‌ରେ ୨୦୫ ରନ୍‌ କରିଥିଲା । ଆଜି ତୃତୀୟ ଦିବସରେ ଦଳ ପୂରା ଦିନ ବ୍ୟାଟିଂ କରିଥିଲା । ସମ୍ବିତ ଶତକ ହାସଲ କରି ଅପରାଜିତ ରହିଥିବାବେଳେ ଓମ୍‌ ୯୨, ସାୱନ ପହରିଆ ୫୮, ସାଇଦୀପ ମହାପାତ୍ର ୬୪ ଏବଂ ଆଶୁତୋଷ ମାର୍ଣ୍ଡି ୫୧ ରନ୍‌ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.