ଉଦଳା, ୨୮/୦୨ : ସୀମା ଟପିଲେ ସିନିୟର। ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇ ଗୋରୁଗାଈ ଭଳି ପିଟିଲେ ନବମ ଶ୍ରେଣୀ ଛାତ୍ର। ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଆସିଛି। ଖେଳ ସମୟରେ ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ସିନିୟର ଛାତ୍ରମାନେ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। 

ସୂଚନାନୁଯାୟୀ, ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିବା ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଆଣ୍ଠେଇ ଦେଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓ ଦେଖି ରାତିରେ ପୀଡ଼ିତ ପିଲାମାନଙ୍କର ଅଭିଭାବକ ହଷ୍ଟେଲରେ ପହଞ୍ଚିଥିଲେ। ଏହାପରେ ପୀଡ଼ିତ ଛାତ୍ରମାନେ ସେମାନଙ୍କ ଅଭିଭାବକଙ୍କୁ ସାଙ୍ଘାତିକ କଥା କହିଥିଲେ। ୩ ଜଣ ନୁହେଁ ବରଂ ୮ ରୁ ୯ ଜଣ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରମାନେ ଆଣ୍ଠେଇ ଦେବା ସହିତ ମାଡ଼ ମାରିଥିବା କହିଥିଲେ। ଏପରିକି ପୂର୍ବରୁ ମଧ୍ୟ ଏହିପରି ଘଟଣା ଘଟିଛି ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି। 

ଏହି ଖବରଟିକୁ ପଢନ୍ତୁ- ଏସ୍‌ସିବି ସ୍ପାଇନାଲ୍‌ ଇଞ୍ଜୁରି ସେଣ୍ଟର୍‌ର ରୌପ୍ୟ ଜୟନ୍ତୀ,ଚାକିରିକୁ ନେଇ ଦ୍ୱନ୍ଦ୍ୱରେ କର୍ମଚାରୀ