ଭୁବନେଶ୍ୱର,୧୨/୦୧:ବିଶ୍ୱର ସବୁଜ ଶକ୍ତି ମାନଚିତ୍ରରେ ଓଡ଼ିଶାକୁ ସ୍ଥାନିତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଆସନ୍ତା ଫେବ୍ରୁଆର ୨୦ ଏବଂ ୨୧ରେ ଗ୍ଲୋବାଲ କ୍ଲିନଟେକ ଏକ୍ସପୋ ଅନୁଷ୍ଠିତ ହେବାକୁ ଯାଉଛି । ଅକ୍ଷୟ ଶକ୍ତି ଏବଂ ସ୍ଥାୟୀ ଯାତାୟତ ଉପରେ ଏହା ପର୍ଯ୍ୟବସିତ ହେବ । ଏହା ପୂର୍ବ ଭାରତର ପ୍ରଥମ ଧରଣର ପ୍ରଦର୍ଶନୀ ହେବାକୁ ଯାଉଛି । ଏଥିରେ ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ ଏବଂ ୟୁଏଇ ଭଳି ଦେଶଗୁଡ଼ିକରୁ ୨୦୦ରୁ ଉଦ୍ଧ୍ୱର୍ କମ୍ପାନି ଅଂଶ ଗ୍ରହଣ କରିବେ । ଏକ ସ୍ୱଚ୍ଛ ଓ ସ୍ଥିର ଭବିଷ୍ୟତ ପାଇଁ ଏକ ସାହସିକ ଦୃଷ୍ଟିକୋଣ ସହ ଓଡ଼ିଶା ୨୦୩୬ ସୁଦ୍ଧା ଅକ୍ଷୟ ଶକ୍ତି କେନ୍ଦ୍ରରେ ପରିଣତ ହେବା ଲକ୍ଷ୍ୟ ରଖିଛି ।
ଏ ସମ୍ପର୍କରେ ଗ୍ଲୋବାଲ କ୍ଲିନ୍ଟେକ ଏକ୍ସପୋ ଓଡ଼ିଶାର ମୁଖ୍ୟ ପରାମର୍ଶଦାତା ଏବଂ ନେଟ୍ମିରୋ ଏନର୍ଜି ଟ୍ରାଞ୍ଜିସନ (ନେଟ୍ରା) ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବୀ ପ୍ରଶାଦ ଦାସ କହିଛନ୍ତି, ଏହି କାର୍ଯ୍ୟକ୍ରମ ନୂତନ ଉଦ୍ଭାବନ, ଉତ୍ପାଦ ଲଞ୍ଚ, ବ୍ୟବସାୟ ନେଟୱାର୍କିଂ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ହେବ । ଏଥିରେ ସମ୍ମିଳନୀ, ସିଏକ୍ସଓ ରାଉଣ୍ଡଟେବୁଲ, କ୍ଲିନଟେକ୍ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯିବ । ୧୦ ହଜାରରୁ ଉଦ୍ଧ୍ୱର୍ ବ୍ୟବସାୟ ପରିଦର୍ଶକ ଏବଂ ୧୦୦୦ରୁ ଉଦ୍ଧ୍ୱର୍ ବ୍ୟବସାୟ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ନିଜକୁ ଭାରତର କ୍ଲିନଟେକ ପାୱାର ହାଉସ ଭାବେ ଉପସ୍ଥାପିତ କରୁଥିବା ଓଡ଼ିଶା କ୍ଲିନଟେକ୍ ଆସୋସିଏସନର ଅଧ୍ୟକ୍ଷ ପ୍ରଶାନ୍ତ ପାଣିଗ୍ରାହୀ କହିଛନ୍ତି।