ହରଭଙ୍ଗା :୨୨/୧୨ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ସଂକୁଂଲୋଇ କ୍ଲଷ୍ଟରର ନୂଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା ଅନୁଷ୍ଠିତ ହୋଇଥିଲା। ସିଆରସିସି ନରେନ୍ଦ୍ର କୁମାର ରଣା ଏଥିରେ ଅଧକ୍ଷତା କରିଥିଲେ।
ଏହି ଶିକ୍ଷାସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ସତ୍ଯବାଦୀ ଚାଉଲିଆ, ଶିକ୍ଷାସଭା ର ପଯ୍ୟବେକ୍ଷକ ଭାବେ ଭେଜିଗୋରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରନ୍ଦର ରଣା, ସମ୍ମାନିତ ଅତିଥି ଭାବେ ଖରଭୂଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ଯ ନାରାୟଣ ନାୟକ, ନୂଆପଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସେଠୀ ଓ ପାଣିଘରା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ସରୋଜ କୁମାର ଭୋକ୍ତା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଶିକ୍ଷାସଭା ରେ ଅତିଥି ମାନେ ୬-୧୮ ବର୍ଷ ବୟସର ସମସ୍ତ ଛାତ୍ରଛାତ୍ରୀ କୁ ଶିକ୍ଷାର ମୁଖ୍ୟ ସୋତ୍ରରେ ସାମିଲ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ମତ ଦେଇଥିଲେ। ସଂକୁଂଲୋଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବୃନ୍ଦାବନ ଭୋକ୍ତା ମଚଂ ପରିଚାଳନା କରିଥିଲେ। ଖରଭୂଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀମାନେ ଆସ ସ୍କୁଲ ଯିବା ନୃତ୍ୟ ପରିବେଷଣ କରିଥିଲେ।