ନୂଆଦିଲ୍ଲୀ,୧୭/୧୦: ଗୁଜରାଟ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ ପୁନର୍ଗଠନ ହୋଇଛି । ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ ହୋଇଛି । ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମେ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଜିତେନ୍ଦ୍ର ଭାଗାନି ଏବଂ ଅର୍ଜୁନ ମୋଧୱାଡିଆ ଗୁଜରାଟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରିଭାବା ଜାଡେଜାଙ୍କ ସମେତ ମୋଟ୍ ୨୫ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ କିଏ ଅଛନ୍ତି ? ପ୍ରଫୁଲ୍ଲ ପାନସେରିଆ, କୁନୱାର୍ଜିଭାଇ ବାଭାଲିଆ, ହ୍ରିକିକେଶ ପଟେଲ, କନୁ ଦେଶାଇ, ପାର୍ସୋତମ୍ ସୋଲାଙ୍କି, ହର୍ଷ ସାଂଙ୍ଗଭି, ପ୍ରଦ୍ୟୁମନ ବାଜ, ନରେଶ ପଟେଲ, ପିସି ବରଣ୍ଡା, ଅର୍ଜୁନ ମୋଡୱାଡିଆ, କାନ୍ତି ଅମୃତିଆ, 
କୌଶିକ ବେକରିଆ, ଦର୍ଶନନାବେନ ଭାଗେଲା, ଜିତୁଭାଇ ଭାଗାନି, ରିଭାବା ଜାଡେଜା, ଜୟରାମ ଗମିତ
ତ୍ରିକାମବାଇ ଚାଙ୍ଗା, ଇଶ୍ୱରସିଂହ ପଟେଲ, ମନୀଷା ବକିଲ, ପ୍ରବୀଣ ମାଲି, ସ୍ୱରୂପଜୀ ଠାକୁର, ସଞ୍ଜୟସିଂହ ମହିଦା, କମଲେଶ ପଟେଲ, ରମଣ ସୋଲାଙ୍କି, ରମେଶ କଟାରା ।

କିଛି ପୂର୍ବତନ କଂଗ୍ରେସ ନେତା ବିଜେପିରେ ଯୋଗଦେବା ପରେ ତାଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଦଳୀୟ ସଂଗଠନକୁ ମଜବୁତ କରିବା । ଗୁଜରାଟରେ ବିଜେପିର ଦବଦବା ମଜବୁତ କରିବା ପାଇଁ ଏହି ବଡ଼ ରାଜନୈତିକ ପରିବର୍ତ୍ତନ କରାଯାଇଛି । ଏହା ସହିତ, ଯୁବକଗୋଷ୍ଠୀଙ୍କୁ ଅଧିକ ଦାୟିତ୍ୱ ଦେଇ ଦଳକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହିପରି ଦଳ ପରିବର୍ତ୍ତନ ସରକାରଙ୍କ କାର୍ଯ୍ୟକୁ ସଶକ୍ତ କରିବ ଏବଂ ଭବିଷ୍ୟତ ପାଇଁ ଦଳକୁ ଉତ୍ତମ ରଣନୀତି ପ୍ରସ୍ତୁତ କରିବାକୁ ସକ୍ଷମ କରିବ । ଗୁରୁବାର ଗୁଜରାଟ ସରକାରଙ୍କ ସମସ୍ତ ୧୬ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଙ୍କୁ ମିଶାଇ ମୋଟ ୧୭ ମନ୍ତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୮ କ୍ୟାବିନେଟ ରାଙ୍କର ଓ ୮ ରାଜ୍ୟ ମନ୍ତ୍ରୀ ଥିଲେ । ଗୁଜୁରାଟ ବିଧାନସଭାରେ ମୋଟ ୧୮୨ ଜଣ ସଦସ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଡିସେମ୍ବର ୧୨, ୨୦୨୨ରେ ଦ୍ୱିତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।