ଭୁବନେଶ୍ବର, ୧୦।୧୨ : ଭାରତୀୟ କ୍ରିକେଟ ଦଳକୁ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ଏକ ଭଲ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାରବାଟୀରେ କ୍ରିକେଟର ଏକ ରୋମାଞ୍ଚକର ସନ୍ଧ୍ୟା ଦେଖିବାକୁ ମିଳିଲା । ଟିମ ଇଣ୍ଡିଆର ଦଳଗତ ମନୋଭାବ ଦେଶକୁ ଗର୍ବିତ କରିଥିଲା ବୋଲି ନିଜ ଏକ୍ସ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଆଗାମୀ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ସଫଳତା ପାଇଁ ଶୁଭକାମନା ଜଣାଉଛି। ସେମାନେ ସେମାନଙ୍କର ପ୍ରତିଭା ଏବଂ ଦୃଢ଼ତା ସହିତ ଦେଶକୁ ଅନୁପ୍ରାଣିତ କରି ଚାଲିବେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ଆୟୋଜନ କମିଟି ଏବଂ ସମ୍ପୃକ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଉତ୍କୃଷ୍ଟ ପ୍ରୟାସକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛି। ସେମାନଙ୍କ କାର୍ଯ୍ୟ ବାରବାଟୀର ପ୍ରତ୍ୟେକ ଦର୍ଶକଙ୍କ ପାଇଁ ଏକ ସୁନ୍ଦର ଅଭିଜ୍ଞତା ସୃଷ୍ଟି କରିଥିଲା।
What a thrilling evening of cricket we witnessed. My warmest congratulations to the Indian cricket team for their exceptional performance and a well-deserved victory. The skill, composure and team spirit on display made the nation proud.
— Mohan Charan Majhi (@MohanMOdisha) December 10, 2025
As we celebrate this memorable match, I… pic.twitter.com/obKMXRYLlP