ନୂଆପଡ଼ା ୦୬/୧୦ : ବିକାଶର ଡବଲ ଇଞ୍ଜିନରେ ଦୌଡ଼ିବ ନୂଆପଡ଼ା । ଗଜଲକ୍ଷ୍ମୀ ପୂଜାରେ ନୂଆପଡ଼ା ଉପରେ ଧନ ବର୍ଷା ହୋଇଛି । ଉପ-ନିର୍ବାଚନ ପୂର୍ବରୁ ଜିଲ୍ଲାବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ୧୧୦୧ କୋଟି ଟଙ୍କାର ପ୍ରକଳ୍ପର ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ । ନୂଆପଡ଼ା ବିକାଶ ପାଇଁ ଆମେ କାମ କରୁଛି, ଆଗକୁ ମଧ୍ୟ କରିବୁ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ନୂଆପଡ଼ାରେ ବିକାଶ ସମ୍ଭାବନା ଅଧିକ । ନୂଆପଡ଼ାବାସୀ ପରିଶ୍ରମୀ । ଏଠାରେ ଶିଳ୍ପ ବିକାଶର ସମ୍ଭାବନା ରହିଛି । ତେଣୁ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହିକ୍ରମରେ ନୂଆପଡ଼ାର ଜଳସେଚନ ବ୍ୟବସ୍ଥାର ଦାୟିତ୍ୱ ମୁଁ ନିଜେ ନେଉଛି । ୮୦୨ କୋଟି ୯ ଲକ୍ଷ ଟଙ୍କାର ଜଳସେଚନ ବ୍ୟବସ୍ଥା ହେବ । ନୂଆପଡ଼ା-ଥିରୁବାଲ୍ଲି ରେଳ ପ୍ରକଳ୍ପ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ।