ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବନବାସୀ ଆଶ୍ରମ ପିଲାଙ୍କ ସହ 'ମନ୍ କି ବାତ୍' ଶୁଣିଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ

Published By : Ankita S | July 27, 2025 2:20 PM

ଭୁବନେଶ୍ଵର,୨୭/୦୭: ରେଡ଼ିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍‌'ର ୧୨୪ତମ ସଂସ୍କରଣରେ ଦେଶାବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ପିଲମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍‌ କି ବାତ୍' ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 'ମନ୍‌ କି ବାତ୍‌'ରେ ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ସାନ୍ତାଳୀ ଶାଢୀ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷା ଦିଗରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମର ଆଜି ଥିଲା ୧୨୪ତମ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ପିଲାଙ୍କ ସହ ଏହି କାର୍ଯ୍ୟକ୍ରମ ଶୁଣିବା ସହ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ । ଏଥି ସହିତ ପିଲାମାନଙ୍କୁ ଭଲ ପାଠପଢି, କଠିନ ପରିଶ୍ରମ କରି ସଫଳତାର ସହିତ ବଡ଼ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ରମ ପରିସରରେ ଏକ ନିମ୍ବ ବୃକ୍ଷ ଚାରା ମଧ୍ୟ ରୋପଣ କରିଥିଲେ । 

୧୨୪ ତମ ଅଧ୍ୟାୟରେ ଦେଶର ବିଭିନ୍ନ ପ୍ରାନ୍ତର ଜନସମୂହଙ୍କ ପ୍ରେରଣାଦାୟୀ ପଦକ୍ଷେପ ସହିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା ମାନଙ୍କ ଦ୍ଵାରା ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ୬୫୦ଜଣ ଆଦିବାସୀ ମହିଳା ଏହି ଶାଢ଼ୀ ବୁଣି ଭଲ ରୋଜଗାର କରିବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ସେ କହିଛନ୍ତି । ଏହା ସହିତ କେନ୍ଦୁଝର ଜିଲ୍ଲାର ନାମ ନେଇଛନ୍ତି । କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କ ପ୍ରୟାସରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ କିଭଳି ପରିବେଶ ଓ ଜଙ୍ଗଲର ସୁରକ୍ଷା ସହିତ ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନ କରାଯାଉଛି ତାକୁ ପ୍ରଶଂସା କରିଥିଲେ ।



ଅଧିକ ପଢନ୍ତୁ...କେନ୍ଦୁଝରର 'ରାଧା କୃଷ୍ଣ ସଂକୀର୍ତ୍ତନ' ଗୀତରେ କରୁଛି ସଚେତନ, ମନ୍ କି ବାତରେ କହିଲେ ମୋଦି

ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଂଘର୍ଷ, ସଫଳତା ଓ ନବସୃଜନ ଉପରେ ଗୁରୁତ୍ଵଦେଇ ଅନ୍ୟ ମାନଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.