ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କେନ୍ଦୁଝରର 'ରାଧା କୃଷ୍ଣ ସଂକୀର୍ତ୍ତନ' ଗୀତରେ କରୁଛି ସଚେତନ, ମନ୍ କି ବାତରେ କହିଲେ ମୋଦି

Published By : Ankita S | July 27, 2025 11:47 AM

ନୂଆଦିଲ୍ଲୀ,୨୭/୦୭: ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ର ୧୨୪ତମ ସଂସ୍କରଣରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୧୦ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ମହାକାଶରେ ଶୁଭାଂଶୁ ଶୁକ୍ଳାଙ୍କ ସଫଳତାକୁ ନେଇ ମନ୍‌ କି ବାତରେ କହିଛନ୍ତି । ଏହା ସହିତ ଓଡ଼ିଶାର ମୟୂରଭଞ୍ଜର ସାନ୍ତାଳୀ ଶାଢୀ ଓ କେନ୍ଦୁଝରର 'ରାଧା କୃଷ୍ଣ ସଂକୀର୍ତ୍ତନ' ସଫଳତା ବିଷୟରେ କହିଛନ୍ତି । କ୍ରୀଡ଼ା, ବିଜ୍ଞାନ ଓ ସଂସ୍କୃତିରେ ଭାରତ ହାସଲ କରଥିବା ସଫଳତା ବିଷୟରେ ବଖାଣିଛନ୍ତି ।

୧୨୪ତମ ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "୧୯୦୫ ଅଗଷ୍ଟ ୭ ତାରିଖରେ ଏକ ନୂତନ ବିପ୍ଳବ ଆରମ୍ଭ ହୋଇଥିଲା । ସ୍ୱଦେଶୀ ଆନ୍ଦୋଳନ ସ୍ଥାନୀୟ ଉତ୍ପାଦ, ବିଶେଷକରି ହସ୍ତତନ୍ତରେ ନୂତନ ଶକ୍ତି ସଞ୍ଚାର କରିଥିଲା । ଏହି ସ୍ମୃତିରେ, ଦେଶ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିଥାଏ । ବୟନ ଶିଳ୍ପ ଦେଶର ଏକ ଶକ୍ତି ପାଲଟିଛି । ମହାରାଷ୍ଟ୍ରର ପାଇଥାନ ଗାଁର କବିତା ଧାୱାଲେ ପୂର୍ବରୁ ଏକ ଛୋଟ କୋଠରୀରେ କାମ କରୁଥିଲେ। ଯେଉଁଠି କିଛି ସୁବିଧା ନଥିଲା । ପରବତ୍ତୀ ସମୟରେ ସରକାରଙ୍କ ସହାୟତାରେ, ସେ ନିଜେ ପାଇଥାନି ଶାଢ଼ି ବୁଣିବା ସହିତ ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି । ସେହିପରି ଓଡ଼ିଶାର ମୟୂରଭଞ୍ଜରେ ମଧ୍ୟ ସମାନ କାହାଣୀ ଅଛି । ଜିଲ୍ଲାର ୬୫୦ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁନରୁଦ୍ଧାର କରୁଛନ୍ତି । ମହିଳାମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଦିବାସୀ ମହିଳାମାନେ ସାନ୍ତାଳୀ ଶାଢ଼ିକୁ ନୂଆ ଜୀବନ ଦେଇଛନ୍ତି ।''

କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଶଂସା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଓଡ଼ିଶାର କେନ୍ଦୁଝରରେ କିଛି ଉଲ୍ଲେଖନୀୟ କାର୍ଯ୍ୟ ହେଉଛି । 'ରାଧା କୃଷ୍ଣ ସଂକୀର୍ତ୍ତନ' ନାମକ ଏକ ମଣ୍ଡଳୀ ଅଛି । ଭକ୍ତି ସହିତ, ଏହି ଗୋଷ୍ଠୀ ପରିବେଶ ସୁରକ୍ଷାକୁ ସଚେତନତା ମନ୍ତ୍ର ଦେଉଛନ୍ତି । ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଛନ୍ତି । ଗାଁ ଗାଁ ବୁଲି ପାରମ୍ପାରିକ ଗୀତରେ ନୂଆ ସନ୍ଦେଶ ଯୋଡ଼ି ସଚେତନ କରନ୍ତି । ବନ୍ନାଗ୍ନି ଦ୍ବାରା କଣ କ୍ଷତି ହୁଏ ଲୋକଙ୍କୁ ସଚେତନ କରନ୍ତି । ଏହି ପଦକ୍ଷେପ ପଛରେ ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ । ''

ଏପିଜେ ଅବଦୁଲ କଲାମଙ୍କୁ ମନେ ପକାଇଲେ- ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୧୦ତମ ପୂର୍ଣ୍ଣତିଥିରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।  ଅବଦୁଲ କଲାମ ଜଣେ ପ୍ରେରଣାଦାୟୀ ଦୂରଦର୍ଶୀ ଥିଲେ ବୋଲି କହିଛନ୍ତି ମୋଦି ।

ଶୁଭାଂଶୁଙ୍କ ସଫଳତା ପାଇଁ ଗର୍ବିତ- ମନ୍‌ କି ବାତ୍‌ରେ ଶୁଭାଂଶୁ ଶୁକ୍ଳାଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ''ଆମେ ପୁଣି ଥରେ ଦେଶର ସଫଳତା ବିଷୟରେ କଥା ହେବୁ । ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବା ବିଷୟରେ ଦେଶରେ ବହୁତ ଆଲୋଚନା ହୋଇଥିଲା । ଶୁଭାଂଶୁ ସୁରକ୍ଷିତ ଭାବରେ ପୃଥିବୀରେ ଅବତରଣ କରିବା ମାତ୍ରେ ଦେଶବାସୀ ଖୁସିରେ ଝୁମିଥିଲେ । ସମସ୍ତଙ୍କ ହୃଦୟରେ ଖୁସିର ଲହରୀ ଖେଳିଗଲା । ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଡେମୋଟ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.