ନୂଆଦିଲ୍ଲୀ: ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ମୁକାବିଲାରେ ହାଇଦ୍ରାବାଦକୁ ଭେଟିଥିଲା ପଏଣ୍ଟ ଟେବୁଲର ଟପ୍ପର ବେଙ୍ଗାଲୁରୁ । ଏହି ମ୍ୟାଚରେ ଆରସିବିର ବଡ଼ ପରାଜୟ ହୋଇଥିଲା । ୫୫ ରନରେ ହାରିଥିଲା ବେଙ୍ଗାଲୁରୁ । ତେବେ ଏହି ମ୍ୟାଚରେ ଅଭିଜ୍ଞ ବିରାଟ କୋହଲିଙ୍କ ବ୍ୟାଟ୍ ଚାଲି ନଥିଲା । ସେ ମାତ୍ର ୧୫ ରନ କରି ଆଉଟ୍ ହୋଇଥିଲେ । ଯୁବ ବୋଲର ସାକିବ ହୁସେନଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ବିରାଟଙ୍କୁ ଆଉଟ୍ କରିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ସାକିବ ହୁସେନ ।

ମ୍ୟାଚ ସରିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ସାକିବ ହୁସେନ । ସେ କହିଛନ୍ତି କି, ଆଜିର ମ୍ୟାଚ ମୋର ମନେ ରହିବ । ଏହା ମୋ କ୍ୟାରିୟରର ସବୁଠାରୁ ବଡ଼ ମୁହୂର୍ତ୍ତ ବୋଲି କହିଛନ୍ତି । ବିରାଟଙ୍କ ଓ୍ବିକେଟ ନେବା ମୋ ପାଇଁ ସ୍ବପ୍ନ ଥିଲା । ଏହା ଏବେ ପୂରଣ ହୋଇଛି, ମୋତେ ବହୁତ ମଜା ଲାଗିଛି । ତେବେ ସେ ଦେଇଥିବା ପ୍ରତିକ୍ରିୟା ବେଶ ଭାଇରାଲ ହେବାରେ ଲାଗିଛି । ଏହାସହ ଏହି ଯୁବ ବୋଲର ନିଜର ଖୁସିକୁ ଲୁଚାଇ ପାରିନାହାନ୍ତି । ଯାହାକୁ ନେଇ ୟୁଜର୍ସମାନେ ତାଙ୍କୁ ସକରାତ୍ମକ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

କହି ରଖୁଛୁ କି, ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ହାଇଦ୍ରାବାଦ ବେଙ୍ଗାଲୁରୁକୁ ୫୫ ରନରେ ପରାସ୍ତ କରିଥିଲା । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୫୫ ରନ କରିଥିବାବେଳେ ଆରସିବି ୨୦୦ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ହାଇଦ୍ରାବାଦ ପକ୍ଷରୁ କ୍ଲାସେନ, ଅଭିଷେକ ଶର୍ମା ଏବଂ ଇଶାନ କିଷନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଆରସିବି ପକ୍ଷରୁ ଭେଙ୍କେଟସ ଆୟାର ବଡ଼ ବଡ଼ ସଟ ଖେଳି ଆରମ୍ଭ କରିଥିଲେ । ତଥାପି ବିଶାଳ ସ୍କୋରକୁ ପାର୍ କରିପାରିନଥିଲା ଆରସିବି ।

ଏହାସହ ପଢ଼ନ୍ତୁ : No Handshake: ବିରାଟଙ୍କ ‘ନୋ ହ୍ୟାଣ୍ଡସେକ୍’ ପରେ ଭାଇରାଲ ହେଉଛି ହେଡଙ୍କ ପୋଷ୍ଟ