ଭୁବନେଶ୍ୱର, ୧୦/୦୩: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ । କେନ୍ଦ୍ର ସରକାର ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲା ପୋତ୍ତନୁର ଏବଂ ଝାଡ଼ଖଣ୍ଡର ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି । ଏହି ଅମୃତ ଭାରତ ଟ୍ରେନ୍ ଓଡ଼ିଶା-ତାମିଲନାଡୁ-ଝାଡ଼ଖଣ୍ଡ ମଧ୍ୟରେ ରେଳ ସେବାକୁ ଅଧିକ ସୁଦୃଢ଼ କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ସେପଟେ ରାଜ୍ୟରେ ରେଳ ସଂଯୋଗୀକରଣରେ ଉଲ୍ଲେଖନୀୟ ଭାବରେ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ, ନୂତନ ଭାବେ ଅନୁମୋଦନ ପାଇଥିବା ଅମୃତ ଭାରତ ଟ୍ରେନ୍ ଝାଡ଼ଖଣ୍ଡ ପହଞ୍ଚିବା ପୂର୍ବରୁ ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ସମେତ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଯିବ। ଏହି ରେଳ ସେବା ଆରମ୍ଭ ହେବା ଦ୍ୱାରା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯାତ୍ରା ଲାଭ ଉଠାଇ ପାରିବେ । ତତ୍ ସହିତ ଦକ୍ଷିଣ ଭାରତ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ଯାତ୍ରାର ବିକଳ୍ପ ସୃଷ୍ଟି ହେବ । ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରୁ ଦକ୍ଷିଣ ଭାରତ ଏବଂ ଝାଡ଼ଖଣ୍ଡକୁ ଯାତ୍ରା କରୁଥିବା ଛାତ୍ରଛାତ୍ରୀ, ଶ୍ରମିକ, ବ୍ୟବସାୟୀ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ସାହାଯ୍ୟ କରିବ।
Grateful to the Hon’ble Prime Minister Shri @narendramodi Ji and the Hon’ble Union Railways Minister Shri @AshwiniVaishnaw Ji for their continued support towards the development of Odisha.
— Mohan Charan Majhi (@MohanMOdisha) March 10, 2026
The newly approved Amrit Bharat train service between Podanur (Coimbatore) and Dhanbad…
ଏହି ମଞ୍ଜୁରୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ରାଜ୍ୟବାସୀଙ୍କ ପାଇଁ ଉତ୍ତମ ପରିବହନ ସୁବିଧା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଭାବରେ ଦେଖାଯାଉଛି । ନୂତନ ଅମୃତ ଭାରତ ଟ୍ରେନ୍ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ସାମଗ୍ରିକ ବିକାଶରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।
ଅଧିକ ପଢନ୍ତୁ-ବର୍ଷକରେ ବଢ଼ିଲେ ୨୨ ହଜାର ପ୍ରବାସୀ ଶ୍ରମିକ: ଦାଦନ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ