ନୂଆଦିଲ୍ଲୀ,୨୮/୧୧; ଜାପାନର ଟୋକିଓରେ ନଭେମ୍ବର ୨୭ ତାରିଖରେ ମିସ୍ ଇଣ୍ଟରନ୍ୟାସନାଲ ୨୦୨୫ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା । କଲୋମ୍ବିଆର କେଟାଲିନା ଡୁକ୍ ମିସ୍ ଇଣ୍ଟରନ୍ୟାସନାଲ ବିଜୟ ମୁକୁଟ ପିନ୍ଧିଛନ୍ତି । ଏଥରେ ବିଶ୍ୱର ୮୦ ସୁନ୍ଦରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ୮୦ ଜଣ ବିୟୁଟି କୁଇନ୍ସଙ୍କ ମଧ୍ୟରୁ ଭାରତର ଝିଅ ରୁଶା ସିନ୍ଧୁ ମଧ୍ୟ ଭାଗ ନେଇଥିଲେ । ସେ ୧୨ ବର୍ଷ ପରେ ଏହି ପ୍ରତିଯୋଗିତାରେ ଇତିହାସ ରଚିଛନ୍ତି । ହେଲେ ଟପ୍ ୧୦ରେ ସ୍ଥାନ ହାସଲ କରିପାରିଲେ ନାହିଁ ।
ଏହି ବର୍ଷର ପ୍ରତିଯୋଗୀଙ୍କୁ ୨୦୨୩ ମିସ୍ ଇଣ୍ଟରନ୍ୟାସନାଲ୍ ଭେନେଜୁଏଲା ଆଣ୍ଡ୍ରିଆ ରୁବିଓ, ୨୦୧୯ ମିସ୍ ଇଣ୍ଟରନ୍ୟାସନାଲ ଜାପାନ ମୋମି ଓକାଡା ଏବଂ ମ୍ୟାକ୍ସ ପାୱାର୍ସ ପରିଚଳନା କରିଥିଲେ । ପ୍ରତିଯୋଗିତାରେ ଟପ୍ ୨୦ ସୁନ୍ଦରୀ ସ୍ୱିମ୍ସୁଟ ଏବଂ ଗାଉନ୍ ରାଉଣ୍ଡରେ ଭାଗ ନେଇଥିଲେ । ଶ୍ରେଷ୍ଠ ୧୦ଜଣ ଏକ ସାର୍ବଜନୀନ ଭାଷଣ ରାଉଣ୍ଡରେ ପ୍ରତିଯୋଗିତା କରିଥିଲେ । ସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ସମାଜ ପାଇଁ ସେମାନଙ୍କ କାର୍ଯ୍ୟ ଉପରେ ମତାମତ ବାଣ୍ଟିଥିଲେ ।
କଲୋମ୍ବିଆର ଚତୁର୍ଥ ବିଜୟ- ୨୦୨୪ ମସିହାଲେ ଭିଏତନାମର ହୁଏନ୍ ଥି୍ ଥୋଇ ଏହି ଟାଇଟଲ ଜିତିଥିଲେ । କଲୋମ୍ବିଆର ପ୍ରଥମ ବିଜେତା ହୋଇଥିଲେ । ଏବେ ୨୩ ବର୍ଷୀୟ କାଟାଲିନା ଡୁକ୍ ନୂଆ ମିସ୍ ଇଣ୍ଟରନ୍ୟାସନାଲ ୨୦୨୫ ବିଜୟ ମୁକୁଟ ପିନ୍ଧିଛନ୍ତି । ଏହି ସମ୍ମାନଜନକ ଟାଇଟଲ ଜିତିବାରେ ସେ ଦେଶର ଚତୁର୍ଥ ମହିଳା ।
ହାରିଲେ ଦେଶର ଝିଅ ହେଲେ ଇତିହାସ ରଚିଲେ- ମିସ୍ ଇଣ୍ଟରନ୍ୟାସନାଲ ୨୦୨୫ର ମୁକୁଟ ପିନ୍ଧିପାରିଲେ ନାହିଁ ଭାରତର ରୁଶା ସିନ୍ଧୁ । ହେଲେ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ଟପ୍ ୨୦ରେ ସ୍ଥାନ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି । ତାଙ୍କ ସୁନ୍ଦରତା, ଆତ୍ମବିଶ୍ୱାସ ଏବଂ ଷ୍ଟାଇଲ୍ ଚର୍ଚ୍ଚାରେ ରହିଥିଲା । ରୁଶାଙ୍କ ଜାପାନ ଯାତ୍ରା ପରଠାରୁ, ସେ ଗୋଟିଏ ପରେ ଗୋଟିଏ ଷ୍ଟାଇଲିସ୍ ଲୁକ୍ ପିନ୍ଧି ଆସୁଛନ୍ତି । ଫାଇନାଲର ଦୁଇ ଦିନ ପୂର୍ବରୁ, ସେ ପ୍ରାରମ୍ଭିକ ପ୍ରତିଯୋଗିତା ପାଇଁ ଏକ ଗାଉନ୍ ପିନ୍ଧି ଏକ ବାର୍ବି ପରି ଲୁକ୍ରେ ନଜର ଆସିଥିଲେ । ତାଙ୍କର ଷ୍ଟାଇଲ୍ ଏତେ ସୁନ୍ଦର ଥିଲା ଯେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ସେ ତାଙ୍କର ସୁନ୍ଦର ପୋଜ୍ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ, ଏକ ଚମତ୍କାର ପୋଜ୍ ଦେଇଥିଲେ। ସିନ୍ଧୁଙ୍କୁ ଭାରତୀୟ ଫ୍ୟାନ୍ସଙ୍କ ଭରପୁର ଭଲପାଇବା ଏବଂ ସପୋର୍ଟ ମିଳିଥିଲା । ତାଙ୍କର ଏହି ଉପଲବ୍ଧି ପ୍ରମାଣ କରିଛି କି, ପରିଶ୍ରମ ଏବଂ ଧୈର୍ଯ୍ୟରୁ ବଡ଼ ପ୍ରତିଯୋଗିତାରେ ନାମ କରି ହେବ । କିଛି ଦିନ ତଳେ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ମୋନିକା ବିଶ୍ୱକର୍ମା ଟପ୍ ୩୦ରେ ରହିଥିଲେ ।