ନୂଆଦିଲ୍ଲୀ,୧୯/୧୨: କମେଡ଼ିଆନ ଭାରତୀୟ ସିଂହ ଏବଂ ହର୍ଷ ଲିମ୍ବାଚିଆ ପୁଣି ଥରେ ବାପାମାଆ ହୋଇଛନ୍ତି । ୪୧ ବର୍ଷରେ ପୁଣି ଥରେ ମାଆ ହୋଇଛି ଭାରତୀ । ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଭାରତୀ । ପ୍ରଥମରୁ ତାଙ୍କର ଏକ ପୁତ୍ରସନ୍ତାନ ଥିଲା । ଏବେ ଘରକୁ ଗୋଲାଙ୍କର ଭାଇ ଆସିଛନ୍ତି । ଏବେ ଭାରତୀଙ୍କ ପୁଅ ଗୋଲା ବଡ଼ ଭାଇ ହୋଇଛନ୍ତି ।
ମିଡିଆ ରିପୋର୍ଟ ମୁତାବିକ, ଭାରତୀ ସିଂହ ଆଜି ଲାଫଟର ସେଫ୍ ୩ ପାଇଁ ସୁଟିଂ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହା ପୂର୍ବରୁ ସେ ଅସହଜ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଭାରତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହା ପରେ ତାଙ୍କ ଘରେ ଖୁସିର ମାହୋଲ ଖେଳିଯାଇଥିଲା । ଭାରତୀ ଏବଂ ହର୍ଷ ଏହି ଖୁସିଖବରକୁ ଅଫିସିଆଲି ଘୋଷଣା କରିନାହାନ୍ତି । ଖବର ଜାଣିବାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ୨୦୧୭ରେ ଭାରତୀ ସିଂହ ଓ ହର୍ଷ ଲମ୍ବୋଚିଆ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୫ ବର୍ଷ ପରେ ପୁତ୍ର ସନ୍ତାନର ମାତାପିତା ହୋଇଥିଲେ ହର୍ଷ-ଭାରତୀ । ୨୦୨୨ରେ ହର୍ଷ ଘରେ ପୁଅ ଲକ୍ଷ୍ୟ ଜନ୍ମ ନେଇଥିଲେ । ଯାହାଙ୍କୁ ସ୍ନେହରେ ଗୋଲା ଡାକନ୍ତି ।
ଦମ୍ପତିଙ୍କ ଝିଅ ଆଶା ଆଶାରେ ରହିଲା- ଭାରତୀ ସିଂହ ଅକ୍ଟୋବରରେ ତାଙ୍କର ଦ୍ୱିତୀୟ ଥର ଗର୍ଭବତୀ ହୋଇଥିବା ଘୋଷଣା କରିଥିଲେ । ଏହି ଦମ୍ପତି ଏଥର ଏକ କନ୍ୟା ସନ୍ତାନ ପାଇଁ ଆଶା କରୁଥିଲେ । ଭାରତୀ ଏବଂ ହର୍ଷ ଖୋଲାଖୋଲି ଭାବରେ ସେମାନଙ୍କର କନ୍ୟା ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଦମ୍ପତିଙ୍କ ଦ୍ୱିତୀୟ ସନ୍ତାନ ପାଇଁ ଅଭିନନ୍ଦନର ବର୍ଷା ଆରମ୍ଭ ହୋଇସାରିଛି । ସେଲିବ୍ରିଟି ଏବଂ ପ୍ରଶଂସକମାନେ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି
ଭାରତୀଙ୍କ ପ୍ରଥମ ପୁତ୍ର ସନ୍ତାନ ଲକ୍ଷ୍ୟ ଏବେ ୩ ବର୍ଷର । ତାଙ୍କର ଆଶା ଥିଲା ଯେ ଏଥରେ ସେ ଶିଶୁ କନ୍ୟାକୁ ଜନ୍ମ ଦେବେ । ହେଲେ ଦ୍ୱିତୀୟ ଥର ପାଇଁ ପୁତ୍ରସନ୍ତାନର ମାଆ ହୋଇଛନ୍ତି ଭାରତୀ । ପ୍ରଥମ ଗର୍ଭାବସ୍ଥା ସମୟ ପରି ଦ୍ବିତୀୟରେ ବି କାମ ଜାରି ରଖିଥିଲେ ଭାରତୀ ସିଂହ । ନିକଟରେ ପରିବାର ଓ ବନ୍ଧୁଙ୍କ ସହ ବେବି ସାୱାର କାର୍ଯ୍ୟକ୍ରମ କରିଥିଲେ । ଫଟୋସୁଟ ବି କରିଥିଲେ । କ୍ୟାପସନରେ ଲେଖିଥିଲେ, ଦ୍ୱିତୀୟ ବେବି ଲମ୍ବୋଚିଆ ଆସୁଛନ୍ତି ।