ଭୁବନେଶ୍ୱର,୦୭/୦୮: ଉମେଶ ଶୁକ୍ଳାଙ୍କ ନିର୍ଦ୍ଦେଶିତ ହୀର ଏକ୍ସପ୍ରେସ ସେପ୍ଟେମ୍ବର ୧୨ରେ  ରିଲିଜ୍‌ ହେବ । ଏହି ଚଳଚିତ୍ରରେ ଦିଭିତା ଜୁନେଜା ଡେବ୍ୟୁ କରିଛନ୍ତି । ଏଥିରେ ଦିଭିତାଙ୍କ ବିପକ୍ଷରେ ପ୍ରୀତ  କମଲ୍‌ ଅଭିନୟ କରିଛନ୍ତି । ହୀର ଏକ୍ସପ୍ରେସ ଏକ  ପାରିବାରିକ ସିନେମା । ଏଥିରେ ଇମୋସନ, ସମ୍ପର୍କ  ଏବଂ ମନଛୁଆଁ ସଙ୍ଗୀତର ମିଶ୍ରଣ ଦର୍ଶକ ପାଇବେ । ଆଶୁତୋଷ ରାଣା, ଗୁଲସନ ଗ୍ରୋଭର, ସଞ୍ଜୟ ମିଶ୍ରା, ମେଘନା ମଲ୍ଲିକଙ୍କ ଭଳି ପ୍ରତିଷ୍ଠିତ କଳାକାର ଏଥିରେ  ପ୍ରମୁଖ ଭୁମିକାରେ ନଜର ଆସିବେ । 

ଏହି ଚଳଚିତ୍ରର  ଭେ ରାଞ୍ଝଣା ଏବଂ ଡୋରେ, ଡୋରେ ଦିଲ୍‌ପେ  ତେରେ ଭଳି ଗୀତ ଗୁଡ଼ିକ ଏବେ ଅନ୍‌ଲାଇନରେ  ଟ୍ରେଣ୍ଡ୍‌ କରୁଛି । ସୋସିଆଲ ମିଡିଆରେ ଏଥିରେ ହଜାର ହଜାର ସଂଖ୍ୟାରେ ରିଲ୍‌ସ ହେଉଛି । ସିନେମାଟି ଲଣ୍ଡନରେ ସୁଟିଂ ହୋଇଛି । ଏଥିରେ  ମୋଟ ୬ଟି ଗୀତ ରହିଛି । ସିନେମାର ପ୍ରଯୋଜନାରେ  ମେରି ଗୋ ରାଉଣ୍ଡ ଷ୍ଟୁଡିଓଜ ପ୍ରଡକ୍ସନ ଏବଂ କ୍ରିଏଟିଭ  ଷ୍ଟ୍ରୋକ ଗ୍ରୁପ ରହିଛନ୍ତି ।