ଭୁବନେଶ୍ଵର, ୨୫/୦୬ : ମହଙ୍ଗା ପଡ଼ିଲା ସ୍ମାର୍ଟ ସିଟିରୁ ଆଲୁମିନିୟମ ଷ୍ଟ୍ରିଟ ଲାଇଟ୍ ଚୋରି। ୟୁପି ଷ୍ଟାଇଲରେ କମିଶନରେଟ୍ ପୁଲିସର ବୁଲଡୋଜର ଆକ୍ସନ। ଅପରାଧୀଙ୍କ ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ। ଖାରବେଳ ନଗର ଥାନା ଅଞ୍ଚଳରେ ଦୁଇ ଅଭିଯୁକ୍ତଙ୍କ ଘର ସମେତ ଏକ କବାଡିଆ ଦୋକାନ ଉପରେ ବୁଲିଲା ବୁଲଡୋଜର। ଅଭିଯୁକ୍ତମାନେ ହେଲେ ଶାନ୍ତି ନଗର ବସ୍ତିର ଶେଖ ହମିଦ ଓ ରମଜାନ। ଦୁଇ ଜଣ ରାସ୍ତା ଉପରୁ ବିଏମସିର ଲକ୍ଷ ଲକ୍ଷ ଟଙ୍କାର ଆଲୁମିନିୟମ ଷ୍ଟ୍ରିଟ୍ ଲାଇଟ ଚୋରି କରି ଫେରାର ଅଛନ୍ତି। ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ, ଆଲୁମିନିୟମ ଷ୍ଟ୍ରିଟ ଲାଇଟ୍ ଚୋରି ଘଟଣାରେ କମିଶନରେଟ୍ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଶାନ୍ତି ନଗର ବସ୍ତିର ଶେଖ ହମିଦ ଓ ରମଜାନଙ୍କ ଉପରେ ବୁଲଡୋଜର ଆକ୍ସନ ହୋଇଛି। ବିଏମସି ଏବଂ ପୁଲିସ ଉପସ୍ଥିତିରେ କମିଶନରେଟ୍ ପୁଲିସ ପ୍ରଥମେ ଦୁଇ ଅଭିଯୁକ୍ତ ଦୋକାନ ଘର ଭାଙ୍ଗିଛି। ଏହାପରେ ସେମାନଙ୍କ ଘର ଭଙ୍ଗା ଯାଇଛି। 

ଆହୁରି ପଢନ୍ତୁ- ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ହେବିଅସ୍ କର୍ପସକୁ କରାଯାଉଛି ଅସ୍ତ୍ର: ଆବେଦନକାରୀଙ୍କ ଉପରେ କ୍ଷୁବ୍ଧ ହାଇକୋର୍ଟ, ଲଗାଇଲେ ୫୦ ହଜାର ଟଙ୍କା ଜରିମାନା