ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରେଳ ଅଧିକାରୀଙ୍କ ବିରୋଧରେ ଅଭିଯୋଗ, ବାହାହେଲେ... ସମ୍ପର୍କ ରଖି ଛାଡ଼ିଦେଲେ

Published By : Rasmita Pradhan | November 20, 2024 9:59 AM

ଚନ୍ଦ୍ରଶେଖରପୁର, ୨୦/୧୧ : ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଭଳି ଘଟଣା ସବୁବେଳେ ନଜରକୁ ଆସିଛି । ହେଲେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି ମୈତ୍ରୀବିହାର ଥାନା ଅଞ୍ଚଳରେ । ପ୍ରଥମେ ବିବାହ ଓ ତା’ପରେ ଶାରୀରିକ ସମ୍ପର୍କ ରଖି ମହିଳାଙ୍କୁ ଛାଡ଼ି ଦେଇଛନ୍ତି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଏନେଇ ଥାନାରେ ଅଭିଯୋଗ ହେଲା ପରେ ପୁଲିସ୍‌ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଅଭିଯୋଗ ଅନୁସାରେ, ମୈତ୍ରୀବିହାର ଥାନା ଅଞ୍ଚଳରେ ସପରିବାର ରହୁଛନ୍ତି ରୋଜି (ଛଦ୍ମନାମ) । ୨୦୨୩ରେ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା । କିଛିଦିନ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ । ରେଳ ଅଧିକାରୀ ଜଣଙ୍କ ତାଙ୍କୁ ବିବାହ କରିବାକୁ କହିଥିଲେ । ଏଥିରେ ସେ ରାଜି ହୋଇଥିଲେ । ପରେ ଏକ ମନ୍ଦିରରେ ବିବାହ କରିଥିଲେ । ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହିଥିଲେ । ହେଲେ ଏବେ ହଠାତ୍‌ ତାଙ୍କୁ ମାଡ଼ ମାରି ଘରୁ ବାହାରି ଯିବାକୁ କହିଥିଲେ । ମହିଳା ଜଣଙ୍କ କିଛି ଉପାୟ ନ ପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ରେଳ ଅଧିକାରୀ ପୂର୍ବରୁ ବିବାହିତ । ସେ କେବଳ ଶାରୀରିକ ସମ୍ପର୍କ ରଖିବା ପାଇଁ ମତେ ବିବାହ କରିଥିଲେ । ସେପଟେ ରେଳ ବିଭାଗର ଅଧିକାରୀ ଜଣଙ୍କ କହିଛନ୍ତି, ସେ ଦ୍ୱିତୀୟ ବିବାହ କରିଥିଲେ । ହେଲେ ବିବାହ ପରେ ଦ୍ୱିତୀୟ ପତ୍ନୀ ସମ୍ପତ୍ତି ପାଇଁ ଝଗଡ଼ା କରିଥିଲେ । ଏମିତିକି ପରିବାର ଲୋକଙ୍କୁ ହଇରାଣ କରିଥିଲେ । ମୁଁ ତଦନ୍ତରେ ପୁଲିସ୍‌କୁ ସହଯୋଗ କରିବି । ଥାନା ଅଧିକାରୀ କହିଛନ୍ତି, ଏହା ଛାଡ଼ପତ୍ର ମାମଲା । କୋର୍ଟରେ କେସ୍‌ ଚାଲିଛି । ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.