ନୂଆଦିଲ୍ଲୀ: ଯେଉଁମାନଙ୍କ ପାଖରେ ଥିଲା ବିଡ଼ା ବିଡ଼ା ଟଙ୍କା, ନଜରରେ ରହୁଥିଲେ ସେମାନେ । ନମ୍ବର ଆଣୁଥିଲେ ଆଉ ମିଠା ମିଠା କଥା କହି ଫସାଉଥିଲେ । ମିଠା କଥାରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ହରାଉଥିଲେ । ଶେଷରେ ପୁଲିସ ପାଖରେ ଅଭିଯୋଗ ପରେ ଧରାପଡ଼ିଲା ହନିଟ୍ରାପ୍ ଗ୍ୟାଙ୍ଗ । ଗୁଜୁରାଟର ରାଜକୋଟରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଗ୍ୟାଙ୍ଗର ୧୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି । ଏହି ଗ୍ୟାଙ୍ଗର ମୁଖ୍ୟ ପ୍ରିୟଙ୍କାକୁ ଗିରଫ କରିଛି ପୁଲିସ ।
ପୁଲିସ ପକ୍ଷରୁ କୁହାଯାଇଛି କି, ଜେଜପୁର ସହରରେ ଏହି ଗ୍ୟାଙ୍ଗ ବଡ଼ ବଡ଼ ଶିଳ୍ପପତି ଏବଂ ଟଙ୍କା ଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ସେମାନେ ପ୍ରଥମେ ନମ୍ବର ସଂଗ୍ରହ କରୁଥିଲେ । ଏହା ପରେ ମିଠା ମିଠା କହି ଫସାଉଥିଲେ । ଆଉ ଯିଏ ଥରେ ଏହି ଜାଲରେ ପଡ଼ୁଥିଲେ ସେମାନଙ୍କର ଆକାଉଣ୍ଟ ଖାଲି ହୋଇଯାଉଥିଲା । ଏହି ଗ୍ୟାଙ୍ଗ ବହୁତ ଚାଲାକ । ଏମାନେ ଗୁଗୁଲରୁ ନମ୍ବର ସର୍ଚ୍ଚ କରି ଆଣୁଥିଲେ । ବଡ଼ ବଡ଼ ହୋର୍ଡିଂରେ ଲାଗିଥିବା ବ୍ୟବସାୟୀଙ୍କ ନମ୍ବର ମଧ୍ୟ ଆଣୁଥିଲେ । ଏହାପରେ କଥାହେବା ଆରମ୍ଭ କରୁଥିଲେ ।
ଗ୍ୟାଙ୍ଗର ମୁଖ୍ୟ ପ୍ରିୟଙ୍କା ମିଠା ମିଠା କଥା କହି ଫସାଉଥିଲେ। ଆଉ ଯେତେବେଳେ ଦେଖା କରିବା ପାଇଁ ଡାକୁଥିଲେ ସେତେବେଳେ ସୁନ୍ଦରୀ ଯୁବତୀଙ୍କୁ ପଠାଉଥିଲେ । ଆଉ ଯୁବତୀ ପହଞ୍ଚିବାର କିଛି ସମୟ ମଧ୍ୟରେ ଗ୍ୟାଙ୍ଗର ବାକି ସଦସ୍ୟ ପହଞ୍ଚି ବ୍ଲାକମେଲ କରିବା ପାଇଁ ପହଞ୍ଚି ଯାଉଥିଲେ । ଆଉ ସେମାନେ ଡରାଇ ଧମକାଇ ଟଙ୍କା ଆଦାୟ କରୁଥିଲେ । ଏହାସହ ଭିଡିଓ କରି ଭାଇରାଲ କରାଇବାର ମଧ୍ୟ ଧମକ ଦେଉଥିଲେ । ଯେଉଁ ଭୟରେ ଅନେକ ଅଭିଯୋଗ କରିବା ପାଇଁ ମଧ୍ୟ ଡରୁଥିଲେ । କିନ୍ତୁ କିଛି ବ୍ୟବସାୟୀ ଅଭିଯୋଗ କରିବା ପରେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ ।
ଏହାସହ ପଢ଼ନ୍ତୁ : Lalit Modi: ସଚିନ୍-ରାହୁଲ-ସୌରଭଙ୍କୁ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ନେହୁରା ହୋଇଥିଲେ ଲଳିତ, ନିଜେ କଲେ ଖୁଲାସା....