ମୁମ୍ବାଇ,୩୧/୦୧: କଂଗ୍ରେସ ନେତା ଉଦିତ୍ ରାଜ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପ୍ରସ୍ତୁତିକୁ ନେଇ ଟାର୍ଗେଟ କରିଛନ୍ତି । ଏନସିପି ଏବଂ ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି ୧୩ ଦିନ ଯାଏ ଅପେକ୍ଷା କରିବାର ଥିଲା । ଯେବେ ଘରେ କାହାର ମୃତ୍ୟୁ ହୁଏ ୧୨ରୁ ୧୩ ଦିଏ କିଛି ଭଲ କାର୍ଯ୍ୟ ହୁଏ ନାହିଁ । ହେଲେ କ୍ଷମତା-ରଜନୀତି ଏମିକି ଏକ ଜିନିଷ ତାହା ଶୋକ ସମୟକୁ ବି ଅଣଦେଖା କରିଦିଏ ।

ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅଜିତଙ୍କ ପତ୍ନୀ ସୁନେତ୍ରା ପାୱର । ଏହାକୁ ନେଇ କଂଗ୍ରେସ ନେତା ଉଦିତ୍ ରାଜ କହିଛନ୍ତି, ''ଯେତେବେଳେ କାହାର ମୃତ୍ୟୁ ହୁଏ ୧୨ରୁ ୧୩ ଦିନ ଯାଏ କିଛି ହୁଏ ନାହିଁ । ଘରେ କିଛି ପୂଜା-ଉତ୍ସବ ହୁଏ ନାହିଁ । ଖାଲି ସେତିକି ନୁହେଁ ବର୍ଷକ ଯାଏ ବି ଘରେ କିଛି ପର୍ବ ହୁଏ ନାହିଁ । ହେଲେ ରାଜନୀତି-କ୍ଷମତା ଏମିତି ଏକ ଜିନିଷ ଯେ ଶୋକ ସମୟକୁ ବି ଅଣଦେଖା କରିଦିଏ । ସବୁ ପରମ୍ପରାକୁ ବେଖାତିର କରିଦିଏ । ସେମାନେ ୧୩ ଦିନ ଯାଏ ବି ଅପେକ୍ଷା କରିପାରିଲେ ନାହିଁ । ଛାଡ଼ନ୍ତୁ ସେ କରନ୍ତୁ ବା ନକରନ୍ତୁ ଏହା ତାଙ୍କ କଥା । ହେଲେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆମ ସଂସ୍କୃତି-ପରମ୍ପରା ଅଧିକ ଗୁରୁତ୍ୱ ବହନ କରେ ହେଲେ କ୍ଷମତା କଥା ଆସିଲେ ଏହା ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଯାଏ ସ୍ପଷ୍ଟ ଜଣାପଡିଯାଉଛି ।  ଡେପୁଟି ସିଏମ ଶପଥ ଗ୍ରହଣ ପ୍ରସ୍ତୁତି ଚାଲିଛି । ମୋ ତରଫରୁ ତାଙ୍କୁ ଶୁଭେଚ୍ଛା । ତାଙ୍କ ପରିବାର ପାଇଁ ମହାରାଷ୍ଟ୍ର ପାଇଁ ଅଜିତଙ୍କ ବିୟୋଗ ବଡ଼ କ୍ଷତି । ଠିକଠାକ ଭାବେ ସେ ପଦ ଗ୍ରହଣ କରନ୍ତୁ । ''

ଏହା ବି ପଢନ୍ତୁ...'ଦୁଇ ଏନସିପି ଏକାଠି ହୁଅନ୍ତୁ ଅଜିତର ଇଚ୍ଛା ଥିଲା'; ଜାଣନ୍ତୁ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ କ'ଣ କହିଲେ ଶରଦ ପାୱାର ?

ପ୍ରଧାନମନ୍ତ୍ରୀଙ୍କୁ ଉଦିତ୍‌ଙ୍କ ଟାର୍ଗେଟ- ଉଦିତ୍ ରାଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିବେ କି ? ଅଜିତଙ୍କ ନାମରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ପ୍ରଧାନମନ୍ତ୍ରୀ କୁହନ୍ତୁ ସେ ଅଭିଯୋଗ ଏବେ ବି ଅଛି କି ? ନଚେତ୍ କ୍ଷମା ମାଗନ୍ତୁ ।'' ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ନେଇ ଉଦିତ୍ କହିଛନ୍ତି, ଯଦି ଶପଥ ନେଉଛନ୍ତି ତେବେ ଭିତରେ କିଛି ନା କିଛି ଅଛି । ଏହା ଦେଖିବାକୁ ବାକି ରହିଲା ଶରଦଙ୍କ ଏନସିପି କେଉଁ ଦିଗକୁ ଯାଉଛି ।