ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଷଷ୍ଠ ଅର୍ଥ କମିଶନ ଗଠନ, ଅବସରପ୍ରାପ୍ତ ଆଇଏଏସ ଅରୁଣ ପଣ୍ଡା ଅଧ୍ୟକ୍ଷ ନିଯୁକ୍ତ

Published By : Suraj Kumar | January 22, 2025 10:47 PM

ଭୁବନେଶ୍ବର, ୨୨।୧ : ରାଜ୍ୟ ସରକାର ଷଷ୍ଠ ଅର୍ଥ କମିଶନ ବୁଧବାର ଗଠନ କରିଛନ୍ତି। ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ ଅରୁଣ ପଣ୍ଡାଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। କମିଶନରେ  ୩ ଜଣ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ରହିଛନ୍ତି।

 ଏଥିରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ୱରର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅମରେଶ ସାମନ୍ତରାୟ ଓ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ପ୍ରଫେସର ଡ. ବିଭୂପ୍ରସାଦ ନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। କମିଶନରେ  ସଦସ୍ୟ ସଚିବ  ଭାବେ ଅର୍ଥ ବିଭାଗ ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ କାର୍ଯ୍ୟ କରିବେ। ସଦସ୍ୟ ସଚିବଙ୍କ ସମେତ ଆୟୋଗର ଚେୟାରମ୍ୟାନ୍ ତଥା ଅନ୍ୟ ସଦସ୍ୟମାନେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୬ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ  

ରାଜ୍ୟ ତଥା ତ୍ରିସ୍ତରୀୟ ପଞ୍ଚାୟତ ରାଜ ପ୍ରତିଷ୍ଠାନ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟରେ ଟିକସ, ଶୁଳ୍କ, ଟୋଲ୍ ଏବଂ ଶୁଳ୍କର ନିଟ୍ ଆୟ ବଣ୍ଟନ ତଥା ନିଜସ୍ୱ ଅଂଶଧନ ବଣ୍ଟନ ଭଳି କମିଶନ ସୁପାରିଶ କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.