କୋକସରା, ୨୨/୧୨: ରନ୍ଧନ ଗ୍ୟାସ୍ ଲିକେଜ ଥିବା ସମୟରେ ଅସାବଧାନତା କାରଣରୁ ଲାଗିଲା ନିଆଁ । ଦୁର୍ଘଟଣାରେ କୋକସରା ବ୍ଲକ୍ ଟେମେରା ଗାଁ ସତନାମୀପଡ଼ାର ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଟେମରା ଗ୍ରାମର ଦେବରାଜ ସୁନାନୀଙ୍କ ଘରେ ସୋମବାର ସକାଳେ ରନ୍ଧନ ଗ୍ୟାସ ସିଲିଣ୍ଡର ଲିକେଜ୍ ହୋଇ ନିଆଁ ଲାଗିଯାଇଥିଲା । ଗ୍ୟାସ୍ ସିଲିଣ୍ଡର ବନ୍ଦ କରିବାକୁ ଯାଇ ଦେବରାଜ ସୁନାନୀ ତାଙ୍କର ପରିବାରର ଦୁଷ୍ମନ୍ତ ସୁନାନୀ, ବିକାଶ ସୁନାନୀ, ଭୀମସେନ ପାଣିଗ୍ରାହୀ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।