​​​​​​​ଜଟଣୀ,୧୦।୩ :  ଡେଲାଙ୍ଗ ଥାନା ଅନର୍ଗତଃ ହରିରାଜପୁର ପଡ଼ିଆରେ ଭିଣୋଇର ଛୁରା ମାଡ଼ରେ ଶାଳକ ଗୁରୁତର। ଗୁରୁତର ଯୁବକଙ୍କ ନାଁ ସୂର୍ଯ୍ୟକାନ୍ତ ବେହେରା ଓରଫ କାଲୁ। କାଲୁଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଜଟଣୀ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କାଲୁ ଅବସ୍ଥା ବହୁ ଗୁରୁତର ହୋଇଥିବାରୁ ତାକୁ ୧୦୮ ଆମ୍ବୁଲାନ୍ସ ରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । କାଲୁ ବେହେରାଙ୍କ ବେକ ଏବଂ ପେଟରେ ଗଭୀର ଆଘାତ ଲାଗିଛି। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।