ଭୁବନେଶ୍ୱର,୦୭/୧୦: OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ I ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍ଜିରେ ବିକ୍ଷୋଭ । RI, ARI, ଅମିନ, ICDS ଆଦି ପରୀକ୍ଷା ବାତିଲ ଦାବିରେ ଏହି ବିକ୍ଷୋଭ କରାଯାଉଛି । ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ I ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ପରୀକ୍ଷାର୍ଥୀ ।
RI, ARI, AMIN ଓ ICDS ପରୀକ୍ଷା ବାତିଲ ହେବା ସହ ପୁନର୍ବାର ସ୍ବଚ୍ଛତା ସହ ପରୀକ୍ଷା ଦାବିରେ ରାଜରାସ୍ତାରେ ହଜାର ହଜାର ଛାତ୍ରଛାତ୍ରୀ I ଏହି ଦୁର୍ନୀତି ପଛରେ କିଏ ରହିଛି ତାର ତଦନ୍ତ ପାଇଁ ଦାବି କରାଯାଉଛି I ଦାବି ପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ ଏନେଇ ଷ୍ଟୁଡେଣ୍ଟ୍ ଫେଡରେଶନ ପକ୍ଷରୁ ଚେତାବନୀ ଦିଆଯାଇଛି I