ସୁବର୍ଣ୍ଣପୁର, ୮।୪ :  ଏସୟୁଭିରୁ କଫ ସିରପ ଜବତ।  ୧୩ ପେଟି କଫ୍ ସିରପ ଜବତ । ସୁବର୍ଣ୍ଣପୁର ଜିଲ୍ଲାସୁବଳୟା ଥାନା ଅନ୍ତର୍ଗତ ଦୁରଦୁରା ନିକଟରେ ସବଳୟା ପୁଲିସ କଫ ସିରପ ଜବତ କରିଛି। ଜବତ କଫ ସିରପ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ।

ରେଢ଼ାଖୋଲ ପଟରୁ ଆସୁଥିବା ଏକ ଏସୟୁଭି ଗାଡିକୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଦୁରଦୁରା ନିକଟରେ ସନ୍ଦେହରେ ଅଟକ ରଖି ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ ସମୟରେ  ଗାଡିରୁ ୧୩ ପେଟି କଫ ସିରପ ଥିବା ପୋଲିସ ଜାଣିବାକୁ ପାଇଥିଲା । ସେଥିରେ ପ୍ରାୟ ୨ ହଜାର ବୋତଲ କଫ ସିରପ୍ ଥିଲା। ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇ ଯାଇଥିବବେଳେ ଏସ୍କର୍ଟ ଦେଉଥିବା ଦୁଇ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।