କଟକ,୨୩/୦୫: କଟକ ମହାନଗର ନିଗମ ଦ୍ଵାରା ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି କାଉନସିଲ୍ ବୈଠକ । ମେୟର ସୁବାଷ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ମୌସୁମୀ ପୁର୍ବରୁ ପଙ୍କୋଦ୍ଧାର କାର୍ଯ୍ୟ ସାରିବା ଦିଗରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା କାମ ଅଧା ହୋଇ ନ ଥିବାବେଳେ କିଭଳି ଶେଷ ହେବ ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ ।
ସେହିଭଳି କଟକ ସଦର ନିର୍ବାଚନ ମଣ୍ଡଳୀରେ ଥିବା ୪ଟି ୱାର୍ଡରେ ଡ୍ରେନ୍ କାମ ଆଗେଇ ପାରୁ ନ ଥିବା ନେଇ କର୍ପୋରେଟର ଅଭିଯୋଗ କରିଥିଲେ। ଏହା ସହ ପରିମଳ ପରିଚାଳନାରେ ଟେରେକ୍ସ ମେସିନ୍ ନିୟୋଜିତ କରିବାରେ ଅନିୟମିତତା ହୋଇଛି । ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ କର୍ପୋରେଟର ଦାବି କରିଥିଲେ। ଏହାସହ ବୈଠକରେ ୱାର୍ଡ ସମସ୍ୟା ଓ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ବୈଠକରେ କମିଶନର ଅନାମ ଚରଣ ପାତ୍ରଙ୍କ ସମେତ ସବୁ ଅଧିକାରୀ ଓ କର୍ପୋରେଟର ଉପସ୍ଥିତ ଥିଲେ ।