ଭୁବନେଶ୍ୱର, ୨୩/୦୭ : ବ୍ରହ୍ମପୁର ଏମ୍କେସିଜିରେ ୩ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏଭଳି ଖବର ପ୍ରଚାର ପରେ ଚିନ୍ତା ବଢ଼ିଛି । ହେଲେ କୋଭିଡ୍କୁ ନେଇ ଚିନ୍ତିତ ହେବା ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବିନ୍ଦ୍ର ନାଥ ମିଶ୍ର କହିଛନ୍ତି, ବର୍ତ୍ତମାନ କୋଭିଡ୍ ଏକ ସାଧାରଣ ଥଣ୍ଡା ଜ୍ୱର । ତେଣୁ ସେଥିପାଇଁ ସାଧାରଣରେ ଭୟ ନକରି ସତର୍କ ରହିବା ଉଚିତ । ରାଜ୍ୟରେ କୋଭିଡ଼ ପରିସ୍ଥିତି ନାହିଁ । ଏହାର କିଛି ଗୁରୁତ୍ୱ ନାହିଁ। ଏହା ସାଧାରଣ ଇନଫ୍ଲୁଏନଜା ହୋଇଗଲାଣି। ବର୍ତ୍ତମାନ କୋଭିଡ ସାଧାରଣ ଥଣ୍ଡା, ଜ୍ୱର ଭଳି ଅଛି। ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି। ଦୁଇ ଜଣ ସଂଗରୋଧରେ ଘରେ ଥିବା ବେଳେ ଜଣେ ହସ୍ପିଟାଲରେ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି।
ଅନ୍ୟପଟରେ ସ୍ୱାସ୍ଥ୍ୟ ବିଭାଗ କହିଛି, କୋଭିଡ୍ ପରିସ୍ଥିତି ବାବଦରେ ଗଣମାଧ୍ୟମ ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ବିଚାରକୁ ନେଇଛି । ଭାରତ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ ଓ ଆଇସିଏମ୍ଆର କୋଭଡ୍ ବାବଦରେ ଯେଉଁ ତଥ୍ୟ ମୂଲ୍ୟାଙ୍କନ କରିଛି, ସେଥିରେ କୋଭିଡ୍ ମାତ୍ରା କମ ରହିଛି । ଏଥିରେ ବିଚଳିତ ନ ହେବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ମଧ୍ୟରେ ଜଣେ ମହିଳା ଅଛନ୍ତି । ସେମାନଙ୍କୁ ଆଇସୋଲେସନ୍ ୱାର୍ଡରେ ଚିକିତ୍ସା କରାଯାଉଛି ।
ଆହୁରି ପଢନ୍ତୁ- Revised financial system : ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି, ଖୁବଶୀଘ୍ର ଲାଗୁ ହେବ ସଂଶୋଧିତ ବ୍ୟବସ୍ଥା
Government Medicines Dumped: ରୋଗୀଙ୍କୁ ମିଳୁନି, ବାହାରେ ଫିଙ୍ଗାଯାଉଛି; ମୋହନା ମେଡିକାଲ ବାହାରର ଦୃଶ୍ୟ ..