ନୂଆଦିଲ୍ଲୀ,୧୧/୦୫; ଆମେରିକା-ଇରାନ ଯୁଦ୍ଧକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । ସେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାରକୁ କମ୍ କରିବାକୁ ଅପିଲ୍ କରିଛନ୍ତି । ସେ ଘରୁ କାମ କରିବାକୁ ମଧ୍ୟ କହିଛନ୍ତି । ଘରୋଇ ମୁଦ୍ରା ସଂରକ୍ଷଣ ପାଇଁ ଯେତେ ସମ୍ଭବ ହୁଏ ଗୋଟିଏ ବର୍ଷ ପାଇଁ ସୁନା ନ କିଣିବାକୁ ପରାମର୍ଶ ଦେଇଛନ୍ତି । ଜାତୀୟ ସ୍ୱାର୍ଥ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ କଟକଣା ଉପରେ ଗୁରୁତ୍ୱାରୋପ କରିଛନ୍ତି । କୋଭିଡ ସମୟର ବ୍ୟବସ୍ଥା ପାଳନ କରିବା ଜାତୀୟ ସ୍ୱାର୍ଥ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ ପରେ ଦେଶରେ ପୁଣି ଲକଡାଉନ୍ ଭଳି ପରିସ୍ଥିତି ଆସିବାକୁ ଯାଉଛି କି ନାହିଁ ତାକୁ ନେଇ ବତର୍କ ଆରମ୍ଭ ହୋଇଛି । ତେବେ କଣ ସତରେ ଦେଶରେ ପୁଣି ଫେରିବ ଲକ୍ଡାଉନ୍ ? ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
କରୋନା କଥା କହିଲେ... ହାଇଦ୍ରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଅର୍ଥନୀତି, ତୈଳ ଏବଂଗ୍ୟାସର ବୃଦ୍ଧିକୁ ଦୃଷ୍ଟିରେ ରଖ, ଲୋକମାନେ ଯାଥାସମ୍ଭବ ସାର୍ବଜନୀନ ପରିବହନ, ମେଟ୍ରୋ, ବସ୍ ଏବଂ ଟ୍ରେନ୍ ବ୍ୟବହାର କରିବା ଉଚିତ୍ । ଏହାବାଦ୍ ଲୋକମାନେ ଇନ୍ଧନ ସଞ୍ଚୟ କରିବା ପାଇଁ କାରପୁଲ କରିବା ଉଚିତ୍ । କୋଭିଡ୍ ୧୯ ମହାମାରୀ ସମୟରେ ଆମେ ଅନେକ ନିୟମ ପାଳନ କରିଛୁ ଯାହାକୁ ପାଳନ କରିବା କଷ୍ଟକର ନୁହେଁ । ଦେଶବାସୀଙ୍କୁ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଦେଶ ଯାତ୍ରା ସ୍ଥଗିତ କରିବାକୁ ପଡିବ । ଆମକୁ ନିଷ୍ପତ୍ତି ନେବାକୁ ପଡିବ କି ଆମର ଦେଶପ୍ରେମ ଆମକୁ ଚ୍ୟାଲେଞ୍ଜ କରୁଛି । ଭାରତରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାକୁ ଆମେ ଯାଇପାରିବା । ଭାରତରେ ବହୁତ କିଛି କରାଯାଇପାରିବ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ସୁନା କିଣିବା ହେଉଛି ଆଉ ଏକ ଦିଗ ଯାହା ପ୍ରଚୁର ବିଦେଶୀ ମୁଦ୍ରା ଖର୍ଚ୍ଚ କରେ । ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ କୌଣସି ସଙ୍କଟ କିମ୍ବା ଯୁଦ୍ଧ ହେଲେ ସୁନା ଦାନ କରୁଥିଲେ । ଆଜି ଦାନ କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଦେଶର ସ୍ୱାର୍ଥ ପାଇଁ ଆମକୁ ନିଷ୍ପତ୍ତି ନେବାକୁ ପଡିବ ଯେ କୌଣସି କାର୍ଯ୍ୟକ୍ରମ କିମ୍ବା ଘଟଣା ହେଉ, ଆମେ ସୁନା ଅଳଙ୍କାର କିଣିବାକୁ ନାହିଁ । ଆମର ଦେଶପ୍ରେମ ଆମକୁ ବିଦେଶୀ ମୁଦ୍ରା ବଞ୍ଚାଇବାକୁ ଆହ୍ୱାନ କରୁଛି । ଆମକୁ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପଡିବ ଏବଂ ବିଦେଶୀ ମୁଦ୍ରା ବଞ୍ଚାଇବାକୁ ପଡ଼ିବ ।''
ଏହା ବି ପଢନ୍ତୁ...ପେଟ୍ରୋଲ-ଡିଜେଲର ବ୍ୟବହାର କମାଇବାକୁ ହେବ , ୱାର୍କ-ଫ୍ରମ୍ ହୋମକୁ ପ୍ରାଥମିକତା : ପିଏମ୍ ମୋଦି
'ପେଟ୍ରୋଲ-ଡିଜେଲ ବ୍ୟବହାର କମାଅ'- ଆମେରିକା ଓ ଇରାନ ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ହୋଇଛି । ଘରୋଇ ବଜାରରେ ତେଲ ଉତ୍ପାଦନ ଉତ୍ସ ସୀମିତ । ଏଭଳି ସ୍ଥିତିରେ ପେଟ୍ରୋଲ-ଡିଜେଲ ଓ ଏଲ୍ପିଜି ବ୍ୟବହାର କମାଇବାକୁ ହେବ । ବିଦେଶ ଭ୍ରମଣ ସ୍ଥଗିତ ରଖିବା, ସାଧାରଣ ପରିବହନ ବ୍ୟବସ୍ଥା ଆପଣାଇବା ଏବଂ ୱାର୍କଫ୍ରମ ହୋମ୍କୁ ପ୍ରାଥମିକତା ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମେଟ୍ରୋ ଥିବା ସହରରେ ଲୋକେ ଏହାର ଉପଯୋଗ କରନ୍ତୁ । ଇ-ଯାନ ବ୍ୟବହାର ଏବଂ ଗୋଟିଏ କାର ପୋଲିଂ (ଗୋଟିଏ ଯାନର ମିଳିତ ବ୍ୟବହାର) ତ୍ୱରାନ୍ୱିତ ହେଉ । ଆଭାସୀରେ ବୈଠକ ଏବଂ ୱାର୍କଫ୍ରମ ହୋମ୍ ଭଳି ବିକଳ୍ପ ଜରୁରି ହୋଇପଡ଼ିଛି । କରୋନା ସମୟରେ ୱାର୍କଫ୍ରମ ହୋମ୍ ଭଳି ବ୍ୟବସ୍ଥା ଆପଣାଇଥିଲା ଦେଶ । ଦେଶର ହିତ ଲାଗି ଏଭଳି ଜୀବନଧାରାକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ ହେବାର ଆବଶ୍ୟକତା ରହିଛି । ପେଟ୍ରୋଲ-ଡିଜେଲକୁ ଅତି ସାବଧାନତା ସହ ବ୍ୟବହାର କରାଯିବା ଉଚିତ । ଅତି ଜରୁରି ସ୍ଥିତିରେ ପେଟ୍ରୋଲିୟମ ସାମଗ୍ରୀର ବ୍ୟବହାର କରାଯାଉ । ପେଟ୍ରୋଲ-ଡିଜେଲ ଉପରେ ନିର୍ଭରତା କମିଲେ ଭାରତ ଉପରେ ଯୁଦ୍ଧଜନିତ ଚାପ କମିବ ।