ତିଳେଶ୍ୱର, ୨୧/୦୯: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ଗାଁରେ ଅଘଟଣ । ବାଣ ଗୋଦାମରେ ଲାଗିଲା ନିଆଁ । ଭୟଙ୍କର ବିସ୍ଫୋରଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ । ଆଖ ପାଖରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛିଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ମୁତାବକ, ରବିବାର ଜିଆକଟା ଗାଁର ବାଣ ଗୋଦାମରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଗୁରୁତର ହୋଇଛନ୍ତି । ଏସମ୍ପର୍କରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ହୋଇଥିବାରୁ କାନ୍ଥ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।  ​​​​​​​