ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆସୁଛି ଦୀପାବଳି: ଲାଇସେନ୍ସ ଅପେକ୍ଷାରେ ୩୫୦ ବାଣ ଦୋକାନୀ, ୨୫୦ ଦୋକାନୀଙ୍କୁ ମିଳିପାରେ

Published By : Prameya | October 22, 2024 9:41 AM

ଭୁବନେଶ୍ୱର,୨୨/୧୦: ଦିନ କେଇଟା ପରେ ଦୀପାବଳି । ବାଣ ଦୋକନୀମାନେ ଲାଇସେନ୍ସ ପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ଭିଡ଼ ଲଗାଇଲେଣି । ଏବେ ସୁଦ୍ଧା ୩୫୦ ଜଣ ଲାଇସେନ୍ସ ପାଇଁ  ଆବେଦନ କରିସାରିଲେଣି । ସେମାନଙ୍କ ମଧ୍ୟରୁ  ୨୫୦ ଦୋକାନୀଙ୍କୁ ଲାଇସେନ୍ସ ମିଳିବ ବୋଲି ଜଣାପଡ଼ିଛି । ଜଟଣୀ ଥାନା ଅଞ୍ଚଳରେ ସର୍ବାଧିକ  ୮୫ ଜଣ ବାଣ ଦୋକାନୀ ଲାଇସେନ୍ସ ପାଇଁ  ଆବେଦନ କରିଛନ୍ତି । ଆବେଦନକାରୀଙ୍କ ସଂଖ୍ୟା  ବଢ଼ିବ ବୋଲି ଜଣାପଡ଼ିଛି ।  

ପୁଲିସ୍‌ କହିଛି, ଯେଉଁମାନଙ୍କୁ ଲାଇସେନ୍ସ  ଦିଆଯିବ ସେମାନେ ମନଇଚ୍ଛା ଦୋକାନ ଖୋଲି  ପାରିବେ ନାହିଁ । ପଡ଼ିଆରେ ଓ ଫାଙ୍କା ସ୍ଥାନରେ ବାଣ  ଦୋକାନ ଖୋଲିବାକୁ ଗାଇଡଲାଇନ ରହିଛି । ଅନ୍ୟଥା  ଦୋକାନ ବନ୍ଦ କରି ଦିଆଯିବ । ବାଣ ଦୋକାନୀମାନେ  ଅଗ୍ନି ନିର୍ବାପନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବେ ।  ଦୋକାନକୁ ଟିଣ ଚାଦରରେ ତିଆରି କରିବେ । ବାଲି ଓ  ପାଣି ଡ୍ରମ୍‌ ମଧ୍ୟ ରଖିବେ । ଅଗ୍ନିଶମ ଅଧିକାରୀ ଏହାର  ଯାଞ୍ଚ କରିବେ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି ।  

ଯେଉଁଠାରେ ୩୦ରୁ ଅଧିକ ବାଣ ଦୋକାନ  ଖୋଲା ହେବ ସେଠାରେ ଦମକଳ ଗାଡ଼ି ୨୪  ଘଣ୍ଟା ରହିବ । ଦୀପାବଳି ଦିନ ବାଣ ଫୁଟାଇବା ସମୟରେ କେତେ ଅଘଟଣ ଘଟିପାରେ । ପୁଲିସ୍‌  ଚାରିଆଡ଼େ ବ୍ଲକିଂ କରିବା ସହ ଗଳିକନ୍ଦିରେ  ବୁଲିବ ପିସିଆର୍‌ ଭ୍ୟାନ୍‌ । ଦୀପାବଳି ରାତିରେ  ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ।  ମଦୁଆଙ୍କ ଉପରେ ଅଧିକ ଦୃଷ୍ଟି ରଖାଯିବ । ବିଚ୍‌  ରାସ୍ତାରେ ଆତସବାଜି ଫୁଟାଇଲେ ପୁଲିସ୍‌ ସଂପୃକ୍ତ  ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି  ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.