ଭୁବନେଶ୍ୱର,୧୮/୦୬: ଦୀର୍ଘ ୨ ବର୍ଷ ହୋଇଗଲା ଓଏସ୍‌ଏସ୍‌ଏସ୍‌ସି (ଓଡ଼ିଶା ସବ୍‌ଓର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ) ଦ୍ବାରା ଆୟୋଜିତ ସିଆର୍‌ଇ ୨ ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଏବଂ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚୁଡାନ୍ତ ନିଷ୍ପତି ହୋଇପାରିଲା ନାହିଁ । କମିଶନଙ୍କ ପକ୍ଷରୁ ଦୀର୍ଘ ୮ ମାସ ହେବ ଚାକିରୀ ଆଶାୟୀଙ୍କୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମଧ୍ୟ ଦିଆଗଲା ନାହିଁ । ସରକାରଙ୍କ ଦ୍ୱାରା ତଦନ୍ତ ଫଳ ପ୍ରକାଶକୁ ନେଇ କୌଣସି ସଂକେତ ନମିଳିବା କାରଣରୁ ଏହାଦ୍ବାରା ମେଧାବୀମାନଙ୍କ ଉନ୍ନତି ଅଟକିଥିବା ଦାବି କରାଯାଇଛି। ଦୀର୍ଘ ୨ ବର୍ଷ ହୋଇଗଲା ୩୩୭ ଛାତ୍ରଛାତ୍ରୀ ଅଭିଶପ୍ତ ଏବଂ ନିଷ୍ପେଶିତ ଭାବେ ଲାଞ୍ଚନା ପାଇ ଆସୁଛୁ  ବୋଲି ଲୋୟର ପିଏମଜରେ ଧାରଣା ଦେଇଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି। କୌଣସି ଯୁକ୍ତିଯୁକ୍ତ ପ୍ରମାଣ ନଦେଇ ସରକାର ଆମ ରେଜଲ୍ଟକୁ କାହିଁକି ସ୍ଥଗିତ କଲେ ବୋଲି ପ୍ରଶ୍ନ କରିଛନ୍ତି।