ନୂଆଦିଲ୍ଲୀ,୨୯/୧୧: ଆସନ୍ତା ବର୍ଷ ଏପ୍ରିଲରୁ କ୍ରେଡିଟ୍ ସ୍କୋର୍ ଅପ୍‌ଡେଟ୍ ହେବା ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସମସ୍ତ କ୍ରେଡିଟ୍ ଇନ୍‌ଫର୍ମେଶନ୍ କମ୍ପାନିଙ୍କୁ ପ୍ରତି ୭ ଦିନରେ କ୍ରେଡିଟ୍ ସ୍କୋର ଅପ୍‌ଡେଟ୍ କରିବାକୁ ପଡ଼ିବ । ଏବେ ସ୍କୋର୍ ୧୫ ଦିନରେ ଥରେ ଅପ୍‌ଡେଟ୍ ହେଉଛି ।

ଆର୍‌ବିଆଇର ପ୍ରସ୍ତାବ ଅନୁସାରେ, ଏବେ ସିବିଲ୍ ଏବଂ ଏକ୍ସପିରିୟନ୍ ଭଳି କ୍ରେଡିଟ୍ ଇନ୍‌ଫର୍ମେଶନ୍ କମ୍ପାନି ପ୍ରତି ମାସ ୫ ଥର ଡାଟା ଅପ୍‌ଡେଟ୍ କରିବେ । ଏହି ଅପ୍‌ଡେଟ୍ ପ୍ରତି ମାସର ୭ ତାରିଖ, ୧୪ ତାରିଖ, ୨୧ ତାରିଖ, ୨୮ ତାରିଖ ଏବଂ ମାସର ଅନ୍ତିମ ତାରିଖରେ କରାଯିବ ।