ନୂଆଦିଲ୍ଲୀ,୦୨/୦୧; ଏ ଭାଇ ହେଲମେଟ୍ ପିନ୍ଧି ପିଲ୍ଡିଂ କର । ବେଶୀ ହିରୋଗିରି ଦେଖାନି... ଯେବେ ରୋହିତ ଶର୍ମା ଏହି କଥା କହିଥିଲେ ସେବେ ସର୍ଫରାଜ ଖାନ୍ କଥା ମାନିଥିଲେ ଏବଂ ହେଲମେଟ ପିନ୍ଧି ଫିଲ୍ଡିଂ କରିଥିଲେ । ଷ୍ଟମ୍ପ ମାଇକରେ ରୋହିତଙ୍କର ଏହି କଥା ରେକର୍ଡ ହୋଇଥିଲା । ଯାହାକୁ ନେଇ ସମସ୍ତେ ହସିଥିଲେ । ହେଲେ ଗୋଟିଏ ସମସ୍ତେ କାନ୍ଦିଥିଲେ । କାରଣ ରୋହିତ ଏବଂ ସର୍ଫରାଜଙ୍କ ଏହି କାହାଣୀ ୨୬ ବର୍ଷ ପୂର୍ବେ ହୋଇଥିଲା । ଭାରତୀୟ କ୍ରିକେଟ ଇତିହାସରେ କେବଳ ବିଜୟ ଏବଂ ରେକର୍ଡର କାହାଣୀ ନାହିଁ । ଏଥିରେ ଏମିତି କିଛି ଦିନ ସାମିଲ ଅଛି ଯାହା ଖେଳର ମର୍ଯ୍ୟାଦା ଉପରେ ପ୍ରଶ୍ନ ଉଠାଇଛି । ସେମିତି ଏକ କଳାଦିନ ଥିଲେ ୧୯୯୧ ଦୁଲିପ ଟ୍ରଫି ଫାଇନାଲ ମ୍ୟାଚରେ । ଯେଉଁଥିରେ ଜଣେ ବୋଲର ବ୍ୟାଟରଙ୍କୁ ଷ୍ଟମ୍ପ ଉପାଡି ମାରିଥିଲେ । ଯାହା ଫଳରେ ମ୍ୟାଚ ବର୍ବାଦ ହୋଇଥିଲା । ରମଣ ଲାମ୍ବାଙ୍କର ଏମିତି କାହାଣୀ ଥିଲା । ଯେଉଁଠାରେ ପ୍ରତିଭା, ବିବାଦ ଦେଖିବାକୁ ମିଳିଥିଲା ।
୧୯୬୦ ମସିହା ଜାନୁଆରୀ ୨ ତାରିଖ । ମେରଠରେ ଜନ୍ମିତ ରମଣ ଲାମ୍ବା ଜଣେ ବିସ୍ଫୋରକ ବ୍ୟାଟର ଥିଲେ । ସେ ଭାରତ ପାଇଁ ମାତ୍ର ୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ହେଲେ ଘରୋଇ କ୍ରିକେଟରେ ତାଙ୍କ ସ୍ୱତନ୍ତ୍ର ପରିଚୟ ରହିଛି । ଚୟନକର୍ତ୍ତାଙ୍କ ନଜରରେ ସେ ବିଶ୍ୱାସନୀୟ ଓପନର ଥିଲେ । ହେଲେ ରମଣଙ୍କ ପରିଚୟ କେବଳ ରନ୍ କି ଟେଷ୍ଟ କ୍ୟାପରେ ସୀମିତ ନଥିଲା । ତାଙ୍କ କ୍ୟାରିୟର ସହିତ ଏମିତି ଏକ ଘଟଣା ଘଟିଥିଲା ଯାହା ଭାରତର ଘରୋଇ କ୍ରିକେଟରେ ଏକ ଗଭୀର କ୍ଷତି ସୃଷ୍ଟି କରିଥିଲା । ରମଣଙ୍କ ସହ ଜଣେ ଏମିତି ଖେଳାଳିଙ୍କର ବିବାଦ ହୋଇଥିଲା ତାହା ସବୁବେଳେ ମନେ ରହିବ । ସେ ହେଉଛନ୍ତି ବଡୋଦା ଦ୍ରୁତ ବୋଲର ରାସିଦ ପଟେଲ । ବର୍ଷ ଥିଲା ୧୯୯୧ । ଜାନୁଆରୀ ୨୫ରୁ ୨୯ ତାରିଖ । ଦୁଲୀପ ଟ୍ରଫିରେ ମୁହାଁମୁହିଁ ହୋଇଥିଲେ କପିଲ ଦେବଙ୍କ ନେତୃତ୍ୱାଧୀନ ନର୍ଥ ଜୋନ ଏବଂ ରବି ଶାସ୍ତ୍ରୀଙ୍କ ୱେଷ୍ଟ ଜୋନ୍ । ନର୍ଥ ଜୋନ୍ ୭୧୯/୯ରେ ପାଳି ଘୋଷଣା କରିଥିଲା । ୱେଷ୍ଟ ଜୋନ୍ ୫୬୧ରେ ଅଲଆଉଟ୍ ହୋଇଥିଲା । ପରିଣାମ ପ୍ରାୟ ସ୍ଥିର ହେବାକୁ ଯାଉଥିଲା । ହେଲେ ଅନ୍ତିମ ଦିନରେ ଘଟିଥିଲା ଅଘଟଣ । ପ୍ରଥମ ପାଳିରେ ୧୮୦ ରନ୍ କରିସାରିଥିଲେ ରମଣ । ରାସିଲ ପଟେଲ ରାଗି କରି ରାଉଣ୍ଡ ଦ ୱିକେଟ୍ ଆସି ବୋଲିଂ କରିଥିଲେ । ବିପଦଜ୍ଜନକ ଅଞ୍ଚଳରେ ବଲ୍ ପଡୁଥିଲା । ଲାମ୍ବା ବ୍ୟାଟ ଦେଖାଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ସମୟ ଥିବା ଯେବେ ଧୌର୍ଯ୍ୟର ଭାଙ୍ଗି ଯାଇଥିଲା ।
ରାସିଦ ପିଚ୍ ଆଡକୁ ଦୌଡି ଆସିଥିଲେ । ତା ପରେ ଷ୍ଟମ୍ପ ଉପାଡି ଲାମ୍ବାଙ୍କ ଆଡକୁ ମାଡି ଯାଇଥିଲେ । ତାଙ୍କ ଆକ୍ରମଣ କରିଥିଲେ । ଷ୍ଟାଡିୟମରେ ସମସ୍ତେ ସ୍ତବ୍ଦ ହୋଇଯାଇଥିଲେ । ଏହି ଘଟଣା ପରେ ରାସିଦଙ୍କୁ ୧୩ ବର୍ଷ ବ୍ୟାନ କରାଯାଇଥିଲା । ରମଣଙ୍କୁ ୧୦ ବର୍ଷ ନିଷୋଧ କରାଯାଇଥିଲା । ମ୍ୟାଚରେ ସ୍ଲେଜିଂ ନିଆଁରେ ଘିଅ ଢାଳିଥିଲା । ୧୯୮୮ମସିହାରେ ବାଂଲାଦେଶରେ କ୍ଲବ କ୍ରିକେଟ ଖେଳୁଥିଲେ । ଏକ ମ୍ୟାଚରେ ହେଲମେଟ ବିନା ସର୍ଟ ଲେଗେର ଫିଲ୍ଡିଂ କରୁଥିଲେ ଲାମ୍ବା । ବ୍ୟାଟର ମେହରାବ ହୁସେନ୍ ଏକ ଶକ୍ତିଖାଳୀ ସଟ୍ ଖେଳିଲେ ଯାହା ଲାମ୍ବାଙ୍କ ମୁଣ୍ଡରେ ବାଜିଥିଲେ । ସେ ତଳେ ପଡିଗଲେ । ଅବସ୍ଥା ସଂଙ୍କଟାପନ୍ନ ହୋଇଥିଲା । ଦିଲ୍ଲୀକୁ ଜଣେ ନ୍ୟୁରୋସର୍ଜନ ତାଙ୍କ ଚିକିତ୍ସା କରିଥିଲେ ହେଲେ ଲାମ୍ବାଙ୍କୁ ବଞ୍ଚାଇ ପାରିନଥିଲେ । ୩୮ ବର୍ଷ ବୟସରେ ରମଣ ଲାମ୍ବାଙ୍କ ମୃତ୍ୟୁ ହୋଇଥିଲା ।
ସଟ୍ ଲେଗରେ ଫିଲ୍ଡିଂ କରୁଥିବା ରମଣଙ୍କୁ କୁହାଯାଇଥିଲା ହେଲମେଟ୍ ପିନ୍ଧି ଖେଳିବାକୁ । ହେଲେ ସେ ଶୁଣିନଥିଲେ । ହୁଏତ ସେ କଥା,ଶୁଣିଥିଲେ କ୍ରିକେଟରେ ସବୁଠୁ ହୃଦୟବିଦାରକ ମୃତ୍ୟୁ ହୋଇନଥାନ୍ତା । ଯଦି ରୋହିତ ଶର୍ମାଙ୍କ ପରି କେହି ଜଣେ ଅଧିନାୟକ ଥାନ୍ତେ ଆଉ ଜଣେ ସର୍ଫରାଜଙ୍କ ପରି ଜଣେ କଥା ମାନିଥାନ୍ତେ ତେବେ ରମଣ ଲାମ୍ବାଙ୍କ ପରି ଖେଳାଳିଙ୍କୁ ହରାଇନଥାନ୍ତା ଭାରତ । ସାହାସ ଏବଂ ଅବହେଳାରେ ସାମାନ୍ୟ ଫରକ ଥାଏ । କେବେ କେବେ ଏମିତି ପରିସ୍ଥିତିରେ ସମୟ ଛିଡା କରେ ଯେଉଁଠି ସାହସ ଆଗରେ ମୃତ୍ୟୁ ବି ହାର ମାନିଥାଏ । ସେମିତି ଥିଲେ ରମଣ । ଯିଏକି ମୃତ୍ୟୁ ଆଗରେ କ୍ରିକେଟକୁ ବାଛିଥିଲେ ଯାହା ତାଙ୍କର ବଡ଼ ଭୁଲ ଥିଲା ।