ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପ୍ରଧାନମନ୍ତ୍ରୀ ଯାଇ ବିରିୟାନୀ ଖାଉଛନ୍ତି, ଭାରତ ପାକିସ୍ତାନ ଯିବା କଣ ଖରାପ, କାହିଁକି କହିଲେ ତେଜସ୍ବୀ

Published By : Ankita S | November 30, 2024 11:23 AM

ନୂଆଦିଲ୍ଲୀ,୩୦/୧୧: ଚମ୍ପିଆନ୍ସ ଟ୍ରଫି କେଉଁଠି ଖେଳାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ । ହାଇବ୍ରିଡ ଫର୍ମୁଲା ଆପଣା ଯିବ ନା  ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ହେବ ତାକୁ ନେଇ ଦ୍ବନ୍ଦ ରହିଛି । ଭାରତୀୟ ଦଳ ଚମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ନାହିଁ ସେ ନେଇ ବିସିସିଆଇ ଏବଂ ପିସିବି ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ଟିମ୍ ଇଣ୍ଡିଆକୁ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ ପଠାଇଲେ କଣ ଅସୁବିଧା ବୋଲି ପ୍ରଶ୍ନ କରିଛନ୍ତି । ରଜାନୀତିକୁ କ୍ରୀଡାଠୁ ଦୂରରେ ରଖାଯାଉ ବୋଲି କହିଛନ୍ତି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, କ୍ରୀଡାକୁ ରାଜନୀତି ସହ ଯୋଡିବା ଭଲ କଥା ନୁହେଁ । ସମସ୍ତେ ଅଲମ୍ପିକ୍ସରେ ଭାଗ ନେଉଛନ୍ତି ତେବେ ଭାରତୀୟ ଦଳ କାହିଁକି ପାକିସ୍ତାନ ଯିବ ନାହିଁ ? କ୍ରୀ଼ଡାରେ ରାଜନୀତି ହେବା ଠିକ୍ ନୁହେଁ । ପାକିସ୍ତାନ କ୍ରିକେଟ ଦଳ ଖେଳିବାକୁ ଭାରତ ଆସୁଛନ୍ତି । ଆମ ଖେଳାଳି ମଧ୍ୟ ପାକସ୍ତାନ ଯିବା ଦରକାର । ଯଦି ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ବିରିୟାନି ଖାଇବାକୁ ଯାଆନ୍ତି, ତେବେ ସେଠାକୁ ଯିବା ଭଲ । କିନ୍ତୁ ଭାରତୀୟ କ୍ରିକେଟ ଦଳ ସେଠାକୁ ଖେଳିବାକୁ ଯିବା କାହିଁକି ଭଲ ନୁହେଁ ?

କଣ ବିରିୟାନୀ ଘଟଣା- ବିରିୟାନୀ ଘଟଣାକୁ କହି କେନ୍ଦ୍ର ସରକାରଙ୍କୁ ଆରଜେଡି ନେତା ଟାର୍ଗେଟ କରିବା ପଛରେ ଏକ କାରଣ ରହିଛି । ଏହା ୨୦୧୫ ମସିହା ଘଟଣା । ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଗସ୍ତ କରିଥିଲେ । ପାକିସ୍ତାନ ପ୍ରତିପକ୍ଷ ନୱାଜ ସରିଫଙ୍କ ଜନ୍ମ ଦିନରେ ତାଙ୍କୁ ଭେଟିଥିଲେ ।୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତୟ କ୍ରିକେଟ ଦଳ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିନାହିଁ । ଏହା ସହିତ ୨୦୧୨-୧୩ ପରଠୁ ଦୁଇ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସିରିଜ ଖେଳାଯାଇନାହିଁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.