ବଡ଼ମ୍ବା,୧୪/୮ : ବଡ଼ମ୍ବା ଥାନା ସମେତ ମାଣିଆବନ୍ଧ ଏବଂ ତିଗିରିଆ ଥାନା ଅଧୀନ ବିଭିନ୍ନ ସ୍ଥାନମାନଙ୍କରେ ଅପରାଧ ଘଟାଉଥିବା ଭାବ ପଣ୍ଡା ଗିରଫ । ଦୁର୍ଘଟଣା ଘଟାଇ ଫେରାର ହେବାକୁ ଯାଉଥିବାବେଳେ ବଡ଼ମ୍ବା ପୋଲିସ ତାକୁ ରଗଡ଼ିପଡ଼ା ନିକଟରୁ କାବୁ କରି ନେଇଛି ।
ପୋଲିସକୁ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ ଭାବ ପଣ୍ଡା । ଦେଶୀମଦ, ଡକାୟତି, ଦାଦାବଟୀ ଆଦି ୧୦ରୁ ଅଧିକ ମାମଲାରେ ସଂଶ୍ଳିଷ୍ଟ ଅଛନ୍ତି ସେ । ତିଗିରିଆ ଥାନା ବେଲଅଣ୍ଟା ଗ୍ରାମର ବିଶ୍ୱନାଥ ପଣ୍ଡାଙ୍କ ପୁଅ ହେଉଛନ୍ତି ଭାବ ପଣ୍ଡା । ଆଜି ବଡ଼ମ୍ବା ଥାନାରେ ଏସଡିପିଓ ବିଶ୍ବଜିତ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।