ନୂଆଦିଲ୍ଲୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଜୋର୍ଡାନ ଗସ୍ତରେ ଅଛନ୍ତି। ଏହି ଯାତ୍ରା ସମ୍ପର୍କିତ ଏକ ଖାସ୍ ଫଟୋ ସାମନାକୁ ଆସିଛି। ଜୋର୍ଡାନର କ୍ରାଉନ୍ ଫ୍ରିନ୍ସ ଅଲ୍ ହୁସେନ୍ ବିନ୍ ଅବଦୁଲା ଦ୍ବିତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିଶେଷ ସମ୍ମାନ ବ୍ୟକ୍ତ କରିଛନ୍ତି। ସେ ନିଜେ ପିଏମ୍ ମୋଦିଙ୍କୁ କାରରେ ବସାଇ ଜୋର୍ଡାନ ସଂଗ୍ରାହାଳୟ ପର୍ଯ୍ୟନ୍ତ ପହଁଞ୍ଚିଥିଲେ। ଏହା ମଧ୍ୟ ଖାସ୍ କଥା ଯେ, ଯୁବରାଜ ଅଲ୍ ହୁସେନା ପେଗାମ୍ବର ମହମ୍ମଦ ୪୨ ତମ ପୀଢିର ପ୍ରତ୍ୟକ୍ଷ ବଂଶଜ।

ପ୍ରଧାନମନ୍ତ୍ରୀ ମୋଦି ସୋମବାର ୧୫ ଡିସେମ୍ବରରେ ଦୁଇ ଦିବସୀୟ ଯାତ୍ରାରେ ଜୋର୍ଡାନ ପହଁଞ୍ଚିଥିଲେ। ଏହି ଦିନ ତାଙ୍କର ଜୋର୍ଡାନର ଶାହ ଅବଦୁଲା ଦ୍ବିତୀୟ ଇବନ୍ ଅଲ୍ ହୁସେନ୍‌ଙ୍କ ସହ ସାକ୍ଷାତ ହୋଇଥିଲା। ଏଥିରେ ଦୁଇ ନେତା ଆଞ୍ଚଳିକ ଓ ବିଶ୍ବ ମାମଲାରେ ଗୁରୁତ୍ବପୂର୍ଣ୍ଣ ବିଚାର-ବିମର୍ଷ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଜୋର୍ଡାନ ଗସ୍ତରେ ବୈଦେଶିକ ମନ୍ତ୍ରଣାଳୟକୁ କହିଛନ୍ତି, ସେ ଇଣ୍ଡିଆ-ଜୋର୍ଡାନ ବିଜନେସ୍ ଫୋରମକୁ ମଧ୍ୟ ସମ୍ବୋଧିତ କରିଥିଲେ। ଯେଉଁଠି ଦୁଇ ଦେଶର ବଡ଼ ବଡ଼ କାରବାରୀ ଏକାଠି ଥିଲେ। ଯାହାଫଳରେ ଆର୍ଥିକ ସହଯୋଗର ନୂଆ ଅବସର ବୃଦ୍ଧି କରିହେବ।

ଆହୁରି ପଢନ୍ତୁ : ଜୋର୍ଡାନ ସହ ଭାରତର ବଡ଼ ଚୁକ୍ତି, ଆହୁରି ମଜବୁତ ହେଲା ଦ୍ଵିପାକ୍ଷିକ ସମ୍ପର୍କ, ଆଜି ଇଥିଓପିଆ ଯିବେ ମୋଦି

ବୈଦେଶିକ ମନ୍ତ୍ରଣାଳୟର ସଚିବ (ସାଉଥ୍) ଡକ୍ଟର ନିନା ମାଲହୋତ୍ରା କହିଛନ୍ତି, ପିଏମ୍ ମୋଦି, ଜର୍ଡନର କ୍ରାଉନ୍ ପ୍ରିନ୍ସଙ୍କ ସହ ଜୋର୍ଡାନ ମ୍ୟୁଜିୟମ ଗସ୍ତ କରିବେ। ଏହାଛଡା ଏହି ଗସ୍ତ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି କରାଯାଇଥିଲା। ଏଥିରେ ଏନର୍ଜୀ,ଡିଜିଟାଲ ଟେକ୍ନୋଲୋଜି, ଜଳ ପ୍ରବନ୍ଧନ, ସଂସ୍କୃତି ଓ ଲୋକ ସମ୍ପର୍କ କ୍ଷେତ୍ର ସାମିଲ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଗସ୍ତର ପରିଣାମକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ପଦକ୍ଷେପ ନୂଆଦିଲ୍ଲୀ ଆମ୍ମାନ ଭିତରେ ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିବ। ରିନ୍ୟୁଏବଲ ଏନର୍ଜୀ ଓ ଡିଜିଟାଲ ଇନୋଭେସନ୍ ଭଳି କ୍ଷେତ୍ରରେ ପ୍ରଗତି ହୋଇଛି। ଦୁଇ ଦେଶ ଭିତରେ ଗଭୀର ସହଭାଗିତାକୁ ଦର୍ଶାଉଛି।