ନୂଆଦିଲ୍ଲୀ,୨୩।୮: କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍) ତାଜା ନିର୍ଦେଶ ଜାରି କରିଛି, ଯାହାଫଳରେ ସବୁ କର୍ମଚାରୀ(ମେଡିକାଲ, ଟେକ୍ନିକାଲ ଓ ସିଗନାଲ ୟୁନିଟରେ ସେବାରତ କର୍ମଚାରୀ)ଙ୍କ ପାଇଁ କିଛି ଗତିବିଧି ଜରୁରୀ ହୋଇଯାଇଛି। ଏହା ଅନୁସାରେ ଉଇକ୍ଲି ପରେଡ, ପିଟି/ଯୋଗ ସେସନ୍ ଓ ଖେଳକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହାର ଉଦେଶ୍ୟ ଦେଶର ସବୁଠାରୁ ବଡ଼ ଅର୍ଦ୍ଧସାମରିକ ବାହିନୀ ଅନୁଶାସନ, ଫିଜିକାଲ ଫିଟନେସ୍ ଓ ରେଜିମେଣ୍ଟାଲ ଏକଜୁଟତାକୁ ମଜବୁତ କରିବ। ଏହି ନିର୍ଦେଶ ଅନୁସାରେ, ସବୁ ୟୁନିଟ୍‌ସକୁ ଏହି ଗତିବିଧି ପରିଚାଳନା ଓ ଭାଗିଦାରୀର ବିବରଣୀ ଦେଇ ପ୍ରତି ମାସ ରିପୋର୍ଟ ଦେବାକୁ ହେବ । 

ସିଆରପିଏଫ୍ ମହାନିର୍ଦେଶକଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶରେ କୁହାଯାଇଛି, ରେଗୁଲାର ପରେଡ, ପିଟି ଓ ଖେଳରେ ଭାଗିଦାରୀର ଅଭ୍ୟାସ କେବଳ ଔପଚାରିକ ନୁହେଁ। ଏହି ଗତିବିଧି ଅପରେସନନାଲ ତତ୍ପରତାକୁ ସିଧା ବଢାଇଥାଏ। ଏକଜୁଟତାକୁ ମଜବୁତ କରିଥାଏ ଓ ଫୋର୍ସର ସବୁ ସଦସ୍ୟଙ୍କ ମନୋବଳ ବଢାଇଥାଏ।’ ଗାଇଡଲାଇନ୍‌ରେ କୁହାଯାଇଛି ଯେ, ଫୋର୍ସର କିଛି ଅପରେସନାଲ ପ୍ରତିଶୃତିବଦ୍ଧତା ରହିଛି, ଯାହାକି ଦାବି କରୁଛି ଯେ, ପ୍ରତ୍ୟେକ ଅଧିକାରୀ ଓ ସଦସ୍ୟ ଉଚ୍ଚସ୍ତରର ଶାରିରୀକ ଫିଟନେସ୍, ମାନସିକ ଦୃଢତା ଓ ସଠିକ ଡ୍ରିଲର ମାନକକୁ ବଜାୟ ରଖିବ।

ସବୁ ଗ୍ରୁପ୍ ସେଣ୍ଟର, ବାଟାଲିଅନ୍ ଓ ସ୍ପେଶାଲ ୟୁନିଟ୍ ଭଳି ରାପିଡ୍ ଆକ୍ସନ ଫୋର୍ର୍ (ଆରପିଏଫ୍), ଭିଆଇପି ସିକ୍ୟୁରିଟି, କୋବ୍ରା ଓ ସିଗନାଲ ବାଟାଲିଅନର ଏବେ ସବୁ ସୋମବାର ପରେଡ୍ ଆୟୋଜନ କରାଯିବ। ଜୋନ୍‌, ସେକ୍ଟର, ରେଞ୍ଜ ଓ କମ୍ପୋଜିଟ୍‌ ହସ୍ପିଟାଲରେ ମୁତୟନ କର୍ମଚାରୀଙ୍କୁ ମାସକରେ ଥରେ ପରେଡ୍‌ରେ ସାମିଲ ହେବା ଦରକାର। ନିର୍ଦେଶାଳୟରେ ମୁତୟନ କର୍ମଚାରୀ ନୂଆଦିଲ୍ଲୀର ଓଲ୍ଡ ଜେଏନ୍‌ୟୁ କ୍ୟାମ୍ପସରେ ଡ୍ୟୁଟି ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଓ୍ବିକଲି ପିରିୟଡରେ ରୋଟେସନ୍‌ ଆଧାରରେ ଭାଗ ନେବେ। ୟୁନିଟସକୁ ନିର୍ଦେଶ ଦିଆଯାଇଛି ଯେ, ପ୍ରତି କାର୍ଯ୍ୟଦିବସରେ ଏକ ଘଣ୍ଟାର ଶାରିରୀକ ପ୍ରଶିକ୍ଷଣ (ପିଟି) କିମ୍ବା ଯୋଗ ସେସନ୍‌ ଆୟୋଜିତ କରାଯିବ। ଟ୍ରେଣ୍ଡ ପିଟି ଇନଫ୍ରାଷ୍ଟକଚର ଓ ପ୍ରମାଣିତ ଯୋଗ ବିଶେଷଜ୍ଞଙ୍କୁ ସାମିଲ କରାଯିବ, ଯେପରି ଅଧିବେଶନର ଗୁଣବତ୍ତା ଓ ନିୟମିତତା ବଜାୟ ରହିବ।