ମୁମ୍ବାଇ, ୩୧/୦୩: ଆଇପିଏଲ୍ ମାହାସମର ସିଜିନ-୧୯ । ଆରମ୍ଭ ଦେଖିବାକୁ ମିଳିଲାଣି ରୋମାଞ୍ଚ । ପ୍ରଥମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାତକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ କୋକାତା ନାଇଟ ରାଇଡର୍ସକୁ ମାତ୍ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ସେହିପରି ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଶୋଚନୀୟ ଭାବେ ହରାଇ ରାଜସ୍ଥାନ ରୟାଲ୍ସ ବିଜୟ ଯାତ୍ରାରେ ରୟାଲ ଏଣ୍ଟ୍ରି ମାରିଛି । ମାତ୍ର ୧୫ଟି ବଲରୁ ୫୦ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଗୌହାଟୀରେ ଛକା-ଚୌକା ବର୍ଷା କରି ସିଏସକେକୁ ଜବରଦସ୍ତ ଜଖମ ଦେଇଛନ୍ତି । ୟେଲୋ ଆର୍ମିକୁ ଏକତରଫା ହରାଇଛି ଟିମ୍ ପିଙ୍କ୍ । ମ୍ୟାଚରେ ସୁପର ଫ୍ଲପ୍ ହୋଇଛନ୍ତି ଟି-ଟ୍ବେଣ୍ଟି ବିଶ୍ବକପର ହିରୋ ସଞ୍ଜୁ ସାମସନ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଫଳରେ ଗୋଟିଏ ମ୍ୟାଚରେ ସିଏସକେର ୨.୫୮ କୋଟି ଟଙ୍କା କ୍ଷତି ହୋଇଛି ।
ସଞ୍ଜୁ ଫ୍ଲପ୍, ଜାଡେଜା ହିଟ୍:
ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ମୁତାବକ, ସଞ୍ଜୁ ସମାସନ ମ୍ୟାଚରେ ଫ୍ଲପ୍ ହେବା ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସର ୧.୮୧ କୋଟି ଟଙ୍କା କ୍ଷତି ହୋଇଛି । ସେହିପରି ରବୀନ୍ଦ୍ର ଜାଡେଜାଙ୍କ ପାଇଁ ରାଜସ୍ଥାନ ରୟାଲ୍ସର ୭୭ ଲକ୍ଷ ଟଙ୍କା ଲାଭ ହୋଇଛି । ଏହାର ଅର୍ଥ ହେଉଛି ସିଏସକେ ଏହି ଦୁଇ ଖେଳାଳିଙ୍କ ପାଇଁ ସିଏସକେ ମୋଟ୍ ୨.୫୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ।
ଆଇପିଏଲ୍ ସିଜିନ-୧୯ ପୂର୍ବରୁ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ଏବଂ ରବୀନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗସ ଟିମରେ ସାମିଲ୍ ଥିଲେ । ମାତ୍ର ଚଳିତ ସିଜନରେ ଉଭୟ ଟିମ୍ ମ୍ୟାନେଜମେଣ୍ଟର ଆଲୋଚନା କ୍ରମେ ସଞ୍ଜୁ ସାମସନ ଏବଂ ରବୀନ୍ଦ୍ର ଜାଡେଜା ଟ୍ରେଡ୍ ହୋଇଛନ୍ତି । ଆଇପିଏଲରେ ଟ୍ରେଡିଂର ଅର୍ଥ ହେଉଛି ଖେଳାଳିମାନେ କେବଳ କାଗଜ କଲମରେ ନୁହେଁ ପଡ଼ିଆରେ ଖେଳାଳିଙ୍କ ପ୍ରଦର୍ଶନକୁ ବି ହିସାବ କରାଯାଏ । ଗତବର୍ଷ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟ୍ରେଡ୍ ଡିଲ୍ ହୋଇଥିଲା । ବିସ୍ଫୋରକ ବ୍ୟାଟର ସଞ୍ଜୁ ସାମସନ ୧୮ କୋଟି ଟଙ୍କାରେ ସିଏସକେର ସାମିଲ୍ ହୋଇଥିଲେ । ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ୧୪ କୋଟି ଟଙ୍କାରେ ଡିଲ୍ ଫାଇନାଲ କରି ନିଜ ଦଳରେ ସାମିଲ୍ କରିଥିଲା ଆରଆର୍ ।
ଆଇପିଏଲ୍ -୨୦୨୬ର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦୁଇ ଖେଳାଳି । ଏହି ମ୍ୟାଚରେ ସଞ୍ଜୁ ସାମସନ ମାତ୍ର ୬ରନ କରିବାରେ ସକ୍ଷମ ହୋଇଥିଲେ । ସେ ନାନ୍ଦ୍ରେ ବର୍ଗରଙ୍କ ବଲ୍ ଆଉଟ୍ ହୋଇ ପାଭେଲିୟନକୁ ଫେରିଥିଲେ । ସେପଟେ ରବୀନ୍ଦ୍ର ଜାଡେଜା ୩ ଓଭର ବୋଲିଂ କରି ୧୮ ରନ ଖର୍ଚ୍ଚ କରି ୨ ଓ୍ବିକେଟ୍ ନେଇଛନ୍ତି । ଯାହା ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି । ଦୁଇ ଖେଳାଳିଙ୍କ ପ୍ରଦର୍ଶନକୁ ଆକଳନ କଲେ ସଞ୍ଜୁ ସାମସନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ସିଏସକେକୁ କ୍ଷତି ସହିବାକୁ ପଡ଼ିଛି । ଗୋଟିଏ ମ୍ୟାଚରେ ୨.୫୮ କୋଟି ଟଙ୍କା ଘାଟା ହୋଇଛି ।..
ଅଧିକ ପଢ଼ନ୍ତୁ-ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସରେ ପୀୟୂଷ-ରାଇଡୁ କଲେ ରିଆକ୍ଟ , କହିଲେ – ଭାରତୀୟ ଟି-୨୦ ଟିମରେ ସ୍ଥାନ ପାଇ ପାରନ୍ତି