ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

IPL 2025: ମୋଟେଇ ପରୀକ୍ଷାରେ ଫେଲ ମାରିଲା ଜାଡେଜାଙ୍କ ବ୍ୟାଟ୍‌

Published By : Prameya | April 26, 2025 11:50 AM

ଚେନ୍ନାଇ,୨୫/୦୪: ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟ୍‌ ମୋଟେଇ ପରୀକ୍ଷାରେ ଫେଲ ମାରିଛି । ଶୁକ୍ରବାର ୪ନଂ ସ୍ଥାନରେ ଜାଡ଼େଜା ବ୍ୟାଟିଂ କରିବାକୁ ଆସିଥିଲେ । ପଡ଼ିଆ ଅମ୍ପାୟାର ତାଙ୍କ ବ୍ୟାଟ୍‌ ପରୀକ୍ଷା କରିଥିଲେ । ମାତ୍ର ବ୍ୟାଟ୍‌ଟି ଆବଶ୍ୟକତାଠୁ ଅଧିକ ମୋଟା ରହିଥିଲା । ତାଙ୍କୁ ବ୍ୟାଟ୍‌ ପରିବର୍ତ୍ତନ କରିବାକୁ ପଡ଼ିଥିଲା । ସେ ୨୧ ରନ କରି ଆଉଟ୍‌ ହୋଇଥିଲେ ।  

ସୂଚନାଯୋଗ୍ୟ, ଚଳିତ ସିଜନରେ ମ୍ୟାଚ୍‌  ସମୟରେ ଖେଳାଳିଙ୍କ ବ୍ୟାଟ୍‌ ମାପ  କରାଯାଉଛି । ନିୟମ ଅନୁଯାୟୀ ବ୍ୟାଟ୍‌ର ଲମ୍ବା  ୩୮ଇଞ୍ଚ କିମ୍ବା ୯୬.୫୨ ସେଣ୍ଟି ମିଟର ଠାରୁ  ଅଧିକ ହୋଇ ପାରିବନାହିଁ । ଠିକ୍‌ ସେହିପରି  ବ୍ୟାଟ୍‌ର ବ୍ଲେଡ୍‌ ପ୪.୨ଇଞ୍ଚ(୧୦.୮ସେମି)  ଚଉଡ଼ା, ୨.୬ଇଞ୍ଜ (୬.୭ସେମି) ମୋଟା ଓ ଏଜ ୧.୫୬(୪.୦ସେମି)ଠୁ  ଅଧିକ ହୋଇପାରିବ ନାହିଁ । ଜାଡ଼େଜାଙ୍କ  ବ୍ୟାଟ୍‌ ପୂର୍ବରୁ ସୁନୀଲ ନାରାଏନ୍‌ ଓ  ଆନରିଚ ନର୍ଜ(କୋଲକାତା ନାଇଟ  ରାଇଡର୍ସ)ଙ୍କ ବ୍ୟାଟ୍‌ ମଧ୍ୟ ମୋଟେଇ  ପରୀକ୍ଷାରେ ବିଫଳ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.