ନୂଆଦିଲ୍ଲୀ ୦୭/୦୪: ରେସ୍ତୋରାଁରେ ସାଧାରଣତଃ ଭଲ ଖାଇବା, ସାଜସଜ୍ଜା ଓ ବନ୍ଧୁପରିଜନଙ୍କ ଉପସ୍ଥିତି ଭୋଜନକୁ ଉପଭୋଗ୍ୟ କରିଥାଏ। ତେବେ ଜାପାନର ଏକ ରେସ୍ତୋରାଁ ଗ୍ରାହକମାନଙ୍କୁ ଟଙ୍କା ବିନିମୟରେ ଯେଉଁ ଜିନିଷ ଖାଇବାକୁ ଦେଉଛି ତାହା ଆଶ୍ଚର୍ଯ୍ୟଜନକ। ସେହି ବ୍ୟଞ୍ଜନର ନାମ ‘ଚାପୁଡା’। ରୋଚକ କଥା ହେଲା ଲୋକମାନେ ମଧ୍ୟ ଖାଦ୍ୟ ଖାଇବା ଆଗରୁ ରେସ୍ତୋରାଁ କର୍ମଚାରୀଙ୍କ ଠାରୁ ଚାପୁଡା ଖାଉଛନ୍ତି। ଜାପାନର ନାୟୋଗା ସହରରେ ଥିବା ଏହି ରେସ୍ତୋରାଁର ନାମ ‘ସାଚିହୋକୋ-ୟା’ । ମାତ୍ର ୫୦୦ ୟେନ୍ ବା ପ୍ରାୟ ୩୦୦ ଟଙ୍କା ବିନିମୟରେ ଜଣେ ସୁସଜ୍ଜିତ ମହିଳା ଆସି ଗ୍ରାହକଙ୍କୁ ଚାପୁଡା ମାରନ୍ତି। କେଉଁ ମହିଳା ଚାପୁଡା ମାରିବେ, ତାହା ବାଛିବା ପାଇଁ ଅତିରିକ୍ତ ୧୦୦ ୟେନ୍ ଦେବାକୁ ପଡେ।

ମୁଖ୍ୟତଃ ଜେନ୍-ଜି ପିଢିର ପିଲାମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପାଇଁ ଏହି ଚାପୁଡାର ଭିଡିଓ ପ୍ରସ୍ତୁତ କରୁଛନ୍ତି। ତେଣୁ ଏହା ଦେଖି ଏଭଳି ଏକ ଅଭିନବ ଅଭିଜ୍ଞତା ହାସଲ କରିବା ପାଇଁ ଅଧିକରୁ ଅଧିକ ଲୋକ ଆକର୍ଷିତ ହେଉଛନ୍ତି। ଗ୍ରହକଙ୍କ ଚାହିତା ପୁରଣ କରିବା ପାଇଁ ରେସ୍ତୋରାଁକୁ ଅଧିକ କର୍ମଚାରୀ ନିଯୁକ୍ତ କରିବାକୁ ପଡୁଛି । ଆଶ୍ଚର୍ଯ୍ୟଜନକ ଭାବେ ଚାପୁଡା ଖାଉଥିବା ଗ୍ରାହକମାନେ କଷ୍ଟ ଲାଗିବା ପରିବର୍ତ୍ତେ କ୍ଲାନ୍ତି ଦୂର ହେଇଯାଉଥିବା ପ୍ରକାଶ କରୁଛନ୍ତି।

ଆହୁରି ପଢ଼ନ୍ତୁ...ବିଟେକ୍ ପରେ ଚାକିରି କଲେ ନାହିଁ , ଗାଁରେ ଲଗାଇଲେ ବାୟୋଗ୍ୟାସ ପ୍ଲାଣ୍ଟ ..ବିନା ଏଲପିଜିରେ ୧୨୫ ଘରେ ଜଳୁଛି ଚୁଲି