ମାଲକାନଗିରି/ଚିତ୍ରକୋଣ୍ଡା, ୧୯/୧୨ (ଆପ୍ର ). ତୀର୍ଥ ଯାତ୍ରା ପାଇଁ ହାର ମାନିଛି ବୟସ।ସ୍ୱାଭିମାନ ଅଞ୍ଚଳରୁ ସୁଦୂର ଅଯୋଧ୍ୟାକୁ ସାଇକେଲ ଯାତ୍ରା କରିଛନ୍ତି ବୃଦ୍ଧ ସନ୍ୟାସୀ ଖରା। ତାଙ୍କୁ ଚିତ୍ରକୋଣ୍ଡା ଠାରେ ବିଦାୟକାଳୀନ ସମ୍ବର୍ଦ୍ଦନା ଜଣାଇଛନ୍ତି ଗ୍ରାମବାସୀ।
ଚିତ୍ରକୋଣ୍ଡା ବ୍ଲକର ଟେମ୍ପରାରି କଲୋନୀ ର ସୁନାଧର ଖରା (୫୦) ନିଜ ଗ୍ରାମ ରୁ ବାହାରି ଅଯୋଧ୍ୟା ଯାତ୍ରା କରୁଛନ୍ତି। ନିଜ ଇଚ୍ଛା ହେବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ସାଇକେଲ ଯୋଗେ ପୁରୀକୁ ଯାତ୍ରା କରିଥିଲେ।ପୁଣି ଥରେ ଅଯୋଧ୍ୟା ଯାତ୍ରା କରିଥିବା ବେଳେ ଗ୍ରାମବସି ଢୋଲ ମାଦଳ ବଜାଇ ବିଦାୟ ସମ୍ବର୍ଦ୍ଦନା ଜଣାଇଥିଲେ। ଚିତ୍ରକୋଣ୍ଡା ସଦର ସ୍ଥିତ ଟେମ୍ପୋରାରି କଲୋନୀ ଗ୍ରାମନିବାସୀ ସୁନାଧର ଖରା ଗତବର୍ଷ ସେ ସାଇକେଲ୍ ଯୋଗେ ପୁରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ପୁଣି ସେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିବା ନିମନ୍ତେ ସାଇକେଲରେ ସୁଦୂର ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ପ୍ରଭୁ ରାମଲାଲାଙ୍କ ସେ ଜଣେ ବଡ଼ ଭକ୍ତ । ପିଲାଟି ଦିନରୁ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା କରିଥିଲେ ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି ସୁନାଧର ଖରା କହିଛନ୍ତି। ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ କିଲୋମିଟର ରାସ୍ତା ମାସକ ମଧ୍ୟରେ ପାର କରିବେ ବୋଲି ସେ କହିଛନ୍ତି। ଆଦିବାସୀ ଅଧ୍ଯୁଷିତ ଉପାନ୍ତ ଚିତ୍ରକୋଣ୍ଡା ଭଳି ଜାଗାରୁ ଅଯୋଧ୍ୟାକୁ ସାଇକେଲରେ ଯାତ୍ରା କରିବାରେ ସୁନାଧାର ଖରା ହେଉଛନ୍ତି ଏହି ଅଞ୍ଚଳର ପ୍ରଥମ ବ୍ୟକ୍ତି I ସୁନାଧରଙ୍କ ସଫଳତା କାମନା କରିଛନ୍ତି ଗ୍ରାମ ବାସୀ । ଏହି ଆଧ୍ୟାତ୍ମିକ ଯାତ୍ରାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ପରିବାର ସଦସ୍ୟ, ଟେମ୍ପରାରି କଲୋନି ଗ୍ରାମବାସୀ ଓ ସ୍କୁଲ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସେଠି ତରଫରୁ ବାଜା ବଜାଇ ପୁଷ୍ପମାଲ୍ୟ ପିନ୍ଧାଇ ଶୁନା ନାଧରଙ୍କ ଯାତ୍ରା ମଙ୍ଗଳମୟ ହେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି।