ଅନୁଗୁଳ,୦୭/୧୦: ସାଇକେଲ ଆରୋହିଙ୍କୁ ଚାପି ଦେଲା ଟ୍ରକ୍‌ । ମୃତକ ବିମଳବେଡା ଗ୍ରାମର ବିତ ସେଠି (୩୦) ବୋଲି ଜଣାପଡ଼ିଛି । ଅନୁଗୁଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ହେମସୁରପଡା ଛକରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ହେମସୁରପଡା ଛକରେ ବିତ ସେଠି ନିଜ ସାଇକେଲ ଯୋଗେ ଯାତ୍ରା କରୁଥିଲେ । ଏହି ସମୟରେ ହେମସୁରପଡା ଛକରେ ଏକ ଟ୍ରକ୍‌ ତାଙ୍କୁ ଚାପି ଦେଇଥିଲା । ଫଳରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ  । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅନୁଗୁଳ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ତବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।