ଭୁବନେଶ୍ୱର,୨୨/୧୦:  ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ  ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ  ଠାରେ ୨୫ରୁ ୩୦ ଅକ୍ଟୋବର  ପର୍ଯ୍ୟନ୍ତ ବାର୍ଷିକ ଟେରାକୋଟା  ପ୍ରଦର୍ଶନୀ "ମୃତ୍ତିକା-୨୦୨୪'  ଆୟୋଜନ ହେବ । ପୂର୍ବରୁ  ଦୀପାବଳିକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ରୁ ୨୯  ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ  ହେବା ପାଇଁ ତାରିଖ ଚୂଡ଼ାନ୍ତ  ହୋଇଥିଲା । ମାତ୍ର ପୂର୍ବ କେନ୍ଦ୍ର  ବଙ୍ଗୋପସାଗର ଓ ଉତ୍ତର  ଆଣ୍ଡାମାନ ସାଗରରେ ସମ୍ଭାବ୍ୟ  ଲଘୁଚାପର ପ୍ରଭାବରେ ବର୍ଷା  ଓ ବାତ୍ୟାକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ ପରିବର୍ତ୍ତେ  ୨୫ ତାରିଖରୁ ଟେରାକୋଟା  ପ୍ରଦର୍ଶନୀ ଆରମ୍ଭ ହେବ ବୋଲି  ସ୍ଥିର କରାଯାଇଛି ।