ପ୍ରମୂଖ ଖବର
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

'ଦାନା' ଆତଙ୍କ: ୨୫କୁ ଘୁଞ୍ଚିଲା ଟେରାକୋଟା ପ୍ରଦର୍ଶନୀ "ମୃତ୍ତିକା

Published By : Prameya | October 22, 2024 3:04 PM

ଭୁବନେଶ୍ୱର,୨୨/୧୦:  ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ  ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ  ଠାରେ ୨୫ରୁ ୩୦ ଅକ୍ଟୋବର  ପର୍ଯ୍ୟନ୍ତ ବାର୍ଷିକ ଟେରାକୋଟା  ପ୍ରଦର୍ଶନୀ "ମୃତ୍ତିକା-୨୦୨୪'  ଆୟୋଜନ ହେବ । ପୂର୍ବରୁ  ଦୀପାବଳିକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ରୁ ୨୯  ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ  ହେବା ପାଇଁ ତାରିଖ ଚୂଡ଼ାନ୍ତ  ହୋଇଥିଲା । ମାତ୍ର ପୂର୍ବ କେନ୍ଦ୍ର  ବଙ୍ଗୋପସାଗର ଓ ଉତ୍ତର  ଆଣ୍ଡାମାନ ସାଗରରେ ସମ୍ଭାବ୍ୟ  ଲଘୁଚାପର ପ୍ରଭାବରେ ବର୍ଷା  ଓ ବାତ୍ୟାକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ ପରିବର୍ତ୍ତେ  ୨୫ ତାରିଖରୁ ଟେରାକୋଟା  ପ୍ରଦର୍ଶନୀ ଆରମ୍ଭ ହେବ ବୋଲି  ସ୍ଥିର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.