ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା

Published By : Harapriya Sethi | October 25, 2024 7:17 AM

ଜଳେଶ୍ୱର,୨୫/୧୦: ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କଲା ‘ଦାନା’ । ରାତି ୧୨ଟା ୫ରେ ଲ୍ୟାଣ୍ଡଫଲ୍ କରିଲା ‘ଦାନା’ । ଭିତରକନିକା ହବାଳିଖଟିରେ ଛୁଇଁଲା ସ୍ଥଳଭାଗ । ବାତ୍ୟା ‘ଦାନା’ ଲ୍ୟାଣ୍ଡ ଫଲ୍ କରିବାର ସମୟ ଯେତେ ଅତିକ୍ରମ କରୁଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଏହାର ପ୍ରଭାବ ସେତେ ଦେଖିବାକୁ ମିଳୁଛି । ଡଗରା ଠାରେ ସମୁଦ୍ର ଅଶାନ୍ତ ହୋଇ ପଡିଛି । ଭୟଙ୍କର ଗର୍ଜନ କରି ସମୁଦ୍ର କୂଳକୁ ମାଡି ଆସୁଛି । ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ଏହା ସହ ତୁହାକୁ ତୁହା ଝିପି ଝିପି ବର୍ଷା ଲାଗି ରହିଛି । ଖୁବ୍‌ ଜୋରରେ ପବନ ବହିବାକୁ ଲାଗିଛି ।

ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରର୍ମ “ଦାନା” ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଏବଂ ଉତ୍ତର ଓଡ଼ିଶା ଉପକୂଳକୁ ହବାଳିଖଟି ନେଚର କ୍ୟାମ୍ପ (ଭିତରକନିକା) ଏବଂ ଧାମରା ନିକଟ ଦେଇ ରାତି ୧ଟା ୩୦ ମିନିଟରୁ ଭୋର ୩.୩୦ ମିନିଟ୍ ମଧ୍ୟରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.