ଫିରିଙ୍ଗିଆ,୧୪।୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ର ଗୁରୁପଡା ଗାଁର କୁରୁପତି ଦିଗାଲ ତାମିଲନାଡୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ମୃତଦେହ ଗାଁକୁ ଫେରିଛି। ମୃତଦେହ ଆଣିବାକୁ ମିଳିଲାନି ସରକାରୀ ସହଯୋଗ।ଜମି ବନ୍ଧା ଦେଇ ଶବ ଆଣିଲେ ପରିବାର ଲୋକେ। ଗାଁରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛିl

୬ ମାସ ତଳେ ଦାଦନ ଖଟିବାକୁ ତାମିଲନାଡୁ ରାଜ୍ୟ ତିରିପୁର ଅଞ୍ଚଳ କୁ ଯାଇଥିଲେ । ଓଲଡିଂ ଦୋକାନରେ ଶ୍ରମିକ ଭାବରେ କାମ କରୁଥିଲେ l ଦେହ ଅସୁସ୍ଥ ହେବାରୁ କୋଇମ୍ବାଟୁର ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗତ ୧୧ ତାରିଖରେ ର ମୃତ୍ୟୁ ଘଟିଥିଲା l ଏହି ଘଟଣା ପରେ ପରିବାର ଲୋକ ମୃତ ଶରୀରକୁ ଫେରାଇ ଆଣିବାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଠାରୁ ବିଭିନ୍ନ ଜାଗାକୁ ଯାଇ ନିବେଦନ କରିଥିଲେ । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ କିଛି ଶୁଣି ନଥିଲେ । ଶେଷରେ ପରିବାର ଲୋକେ ନିଜର ଜମି ବନ୍ଧା କରି ଅର୍ଥ ଯୋଗାଡ଼ କରି ମୃତ ଶରୀରକୁ ଘରକୁ ଫେରାଇ ଆଣିଛନ୍ତି l ଆଜି ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଗାଁ ଶ୍ମଶାନରେ ଶବ ଦାହ କରାଯାଇଛି l କାମ ଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫିରିଙ୍ଗିଆ ବ୍ଲକ ରୁ ଦଶ ରୁ ଅଧିକ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି l ପ୍ରଶାସନ କୌଣସି ଗୁରୁତ୍ୱ ଦେଉ ନଥିବାରୁ ଅଞ୍ଚଳ ରେ ଅସନ୍ତୋଷ ଦେଖା ଦେଇଛି l