ନୂଆଦିଲ୍ଲୀ : ପୁଣି ଆସିଲା କାଷ୍ଟିଂ କାଉଚ ଅଭିଯୋଗ । ସଲମାନଙ୍କ ସହ ଅଭିନୟ କରିଥିବା ଅଭିନେତ୍ରୀ କାଷ୍ଟିଂ କାଉଚକୁ ନେଇ ବଖାଣିଛନ୍ତି ନିଜର ଅଭିଜ୍ଞତା । ଡେବ୍ୟୁ ପୂର୍ବରୁ କିଭଳି ଭାବେ ଏହାର ଶିକାର ହୋଇଥିଲେ ସେ ସମ୍ପର୍କରେ କହିଛନ୍ତି । ଯେତେବେଳେ ସେ ଅଡିସନ ଦେବାକୁ ଯାଇଥିଲେ ଆଉ ଫିଲ୍ମ ନିର୍ମାତା ତାଙ୍କ ସହ କରିଥିବା ଅଶାଳିନ ବ୍ୟବହାର ସମ୍ପର୍କରେ କହିଛନ୍ତି । ଜଣେ ଦକ୍ଷିଣ ଭାରତୀୟ ସିନେମା ନିର୍ମାତାଙ୍କ ନାଁରେ ଆଣିଛନ୍ତି ଏଭଳି ଅଭିଯୋଗ ।

ମୁମ୍ବାଇରେ ଅଡିସନ ଚାଲିଥିଲା । ଯେତେବେଳେ ମୁଁ ଅଡିସନ ପାଇଁ ଯାଇଥିଲି ନିର୍ଦ୍ଦେଶକଙ୍କ ବ୍ୟବହାର ମୋତେ ଅସହଜ ଲାଗିଥିଲା ବୋଲି ସେ ପ୍ରକାଶ କରିଛନ୍ତି । ସେ ମୋତେ ଏକାକି ରୁମକୁ ଆସିବାକୁ କହିଥିଲେ । ଆଉ ଯେତେବେଳେ ଯାଇଥିଲି ମୋ ହାତ ଧରିଥିଲେ । ତାଙ୍କ ଧରିବାର ଉଦ୍ଦେଶ୍ୟ ମୁଁ ଜାଣିପାରିଥିଲି । ମୋତେ କେହି ଛୁଇଁଲେ ଭଲ ଲାଗେ ନାହିଁ । ଯେଉଁ କାରଣରୁ ମୁଁ ମସାଜ ମଧ୍ୟ କରେ ନାହିଁ ବୋଲି ଅଭିନେତ୍ରୀ ଜଣକ କହିଛନ୍ତି । ପରେ ମୋତେ ଯେତେ ଫୋନ କରିଥିଲେ ମଧ୍ୟ ମୁଁ ତାଙ୍କ ଫୋନ୍ ଉଠାଇନଥିଲି ଏବଂ କାମ କରିବାକୁ ସିଧା ସିଧା ମନା କରିଦେଇଥିଲି ।

ଡେଜି ଶାହ ସଲମାନ ଖାନଙ୍କ ଫିଲ୍ମ "ଜୟ ହୋ" ସହିତ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ, ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ, କିନ୍ତୁ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିପାରି ନଥିଲେ। ଏହି ଅଭିନେତ୍ରୀ ପ୍ରାୟ ୭-୮ ଟି ପ୍ରୋଜେକ୍ଟରେ କାମ କରିଛନ୍ତି, କିନ୍ତୁ କୌଣସିଟି ତାଙ୍କୁ ଆଶା କରିଥିବା ସଫଳତା ଦେଇପାରି ନାହାଁନ୍ତି। ଡେଜି ଖୁବ୍ ଶୀଘ୍ର ପଲାଶ ମୁଛଲଙ୍କ ପରବର୍ତ୍ତୀ ଫିଲ୍ମରେ ନଜର ଆସିବେ, ଯେଉଁଥିରେ ଶ୍ରେୟସ ତଲପଡେ ମଧ୍ୟ ଅଭିନୟ କରିଛନ୍ତି।

ଏହାସହ ପଢ଼ନ୍ତୁ : ‘ହେରା ଫେରି ୩’କୁ ନେଇ ଲାଇଭ୍ ଆସି ବଡ଼ ଅପଡେଟ୍ ଦେଲେ ଅକ୍ଷୟ କୁମାର