ଢେଙ୍କାନାଳ : ସିଲା ଅଘଟଣ ଖବର । କରେଣ୍ଟ ଲାଗି ଚାଲିଗଲା ୩ ଦଣ୍ଡୁଆଙ୍କ ଜୀବନ। ଏହାସହ ୨ ଦଣ୍ଡୁଆ ଗୁରୁତର ରହିଥିବା ସୂଚନା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ୧୧ କେଭି ତାର ସଂସ୍ପର୍ଶରେ ଆସିଥିବାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ୫ ଜଣ ଦଣ୍ଡୁଆ ୧୧ କେଭି ତାର ସଂସ୍ପର୍ଶରେ ସଂସ୍ପର୍ଶରେ ଆସିଥିବାବେଳେ ସେମାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ୨ ଜଣ ଏବେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

​​​​​​​

ମିଳିଥିବା ଖବର ଅନୁସାରେ ଦଣ୍ଡନାଚ ପାଇଁ ଟେଣ୍ଟ ପ୍ରସ୍ତୁତ କରୁଥିବାବେଳ ଏଭଳି ଅଘଟଣ ଘଟିଥିଲା । ମୃତକମାନେ ହେଲେ ଓଡାପଡା ବିଡୋ ଗାଁର ମିଲନ ମହାଳିକ (୩୪), ପାଟଲା ଗାଁର ଲକ୍ଷ୍ମୀଧର ସାହୁ (୨୪) ଓ ପାଟଲା ଗାଁର ସୁଧାକର ସାହୁ (୪୦)। ସେହିପରି ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଓ ନିର୍ମଳ ସାହୁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆସନ୍ତାକାଲି ମେରୁ ହୋଇଥିବାବେଳେ ଏହା ପୂର୍ବରୁ ଏଭଳି ଏକ ଅଘଟଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହାସହ ପଢ଼ନ୍ତୁ : ବର୍ଷିଲେ RCB ବ୍ୟାଟ୍ସମ୍ୟାନ୍, ମୁମ୍ବାଇକୁ ଦେଲା ୨୪୧ ରନର ବିଜୟ ଲକ୍ଷ୍ୟ