ନୂଆଦିଲ୍ଲୀ : ପୁଣି ବିଶାଳ ସ୍କୋର କଲା ବେଙ୍ଗାଲୁରୁ । ମୁମ୍ବାଇକୁ ୨୪୧ ରନର ବିଜୟ ଲକ୍ଷ୍ୟ ଦେଲା RCB। ନିର୍ଦ୍ଧାରିତ ଓଭର ମଧ୍ୟରେ ୪ ଓ୍ବିକେଟ୍ ହରାଇ ୨୪୦ ରନ କରିଛି RCB । ଦଳ ପକ୍ଷରୁ ଫିଲ୍ ସଲ୍ଟ, ବିରାଟ କୋହଲି ଏବଂ ଅଧିନାୟକ ରଜତ ପଟିଦାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଦଳ ରନ କରିବାରେ ସକ୍ଷମ ହୋଇଛି ।
ଆଇପିଏଲର ୨୦ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ଓ୍ବାଙ୍ଖଡେ । ଘରୋଇ ମାଟିରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି RCB ଏକ ବିଶାଳ ସ୍କୋର କରିପାରିଛି । ଦଳର ଦୁଇ ଓପନର ସଲ୍ଟ ଏବଂ ବିରାଟ ଆରମ୍ଭରୁ ମୁମ୍ବାଇ ବୋଲରଙ୍କୁ ଧୂଲେଇ କରିବା ଆରମ୍ଭ କରିଥିଲେ । ସଲ୍ଟ ୩୬ ବଳରୁ ୭୮ ରନ କରିଥିବାବେଳେ ବିରାଟ ୩୮ ବଲରୁ ୫୦ ରନ୍ କରିପାରିଛନ୍ତି ।
ଦୁଇ ଓପନରଙ୍କ ପରେ ଅଧିନାୟକ ରଜତ ପଟିଦାର ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ । ସେ ୨୦ ବଲରୁ ୫୩ ରନ କରିଛନ୍ତି । ଶେଷ ଓଭର ଗୁଡ଼ିକରେ ବଡ଼ ସଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ଟିମ୍ ଡେଭିଡ ଏବଂ ଜିତେଶ ଶର୍ମା । ଡେଭିଡ୍ ୧୬ ବଲରୁ ୩୪ ରନ କରିଥିବାବେଳେ ଜିତେଶ ଶର୍ମା ୯ ବଲରୁ ୧୦ ରନ କରିଥିଲେ ।
ସେପଟେ ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା, ମିଚେଲ ସାଣ୍ଟନର ଏବଂ ସାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ । ଆଜିର ମ୍ୟାଚରେ ଷ୍ଟାର ବୋଲର ବୁମରା ଓ୍ବିକେଟ୍ ଲେସ୍ ରହିଛନ୍ତି । ସେ ୪ ଓଭରରେ ୩୫ ରନ୍ ବ୍ୟୟ କରିଥିଲେ ।
ଏହାସହ ପଢ଼ନ୍ତୁ : ଛାଡ଼ପତ୍ର ପରେ ବାପା କରିଥିଲେ ସ୍ବତନ୍ତ୍ର ସ୍ବାଗତ, ଏବେ ଝିଅ କହିଲେ....