ପୁରୀ,୧୧/୦୭: ଅନବସର ସେବା କ୍ରମରେ ଦଇତାପତିଙ୍କ ସେବା ଯତ୍ନ ପାଇ ଦାରୁବ୍ରହ୍ମ ଆରୋଗ୍ୟଲାଭ କରୁଛନ୍ତି । ଶୁକ୍ରବାର ଦଶମୀ ତିଥିରେ ମହାପ୍ରଭୁଙ୍କ ଚକା ବିଜେ ନୀତି ହୋଇଛି । ଶ୍ରୀବିଗ୍ରହ ଶୋଇବା ଅବସ୍ଥାରୁ ଜାଗ୍ରତ ଅବସ୍ଥାକୁ ଆସିଛନ୍ତି । ଅଣସରପିଣ୍ଡିରେ ଠାକୁରଙ୍କୁ ଚକା ଉପରେ ସ୍ଥାପନ କରାଯାଇଛି । ଇତି ମଧ୍ୟରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୌଷଧି ଶ୍ରୀମନ୍ଦିରରେ ପହିଞ୍ଚିଛି । ଏହାକୁ ସେବନ କଲା ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ।

ଅଧିକ ପଢ଼ନ୍ତୁ :-  ଠାକୁରଙ୍କ ପାଇଁ ଚକା, ଅପସର ପ୍ରସ୍ତୁତ କଲେ ଦରଜି ସେବକ,ଶ୍ରୀମନ୍ଦିରକୁ ଗଲା ୪ଟି ଚକା ଆସନ ଓ ତିନୋଟି ଅପସର

ଗୁପ୍ତ ସେବା ପରମ୍ପରା ଅନୁସାରେ ଏହି ମହୌଷଧି ପ୍ରସ୍ତୁତ କରାଯାଏ । ବୈଦ୍ୟରାଜ ମାଗୁଣିବ୍ରହ୍ମାଙ୍କ ବଂଶର ରୁଦ୍ରନନ୍ଦନ ମିଶ୍ର, ସର୍ବେଶ୍ୱର ମିଶ୍ର, ଶୋଭନେଶ୍ୱର ମିଶ୍ର, କ୍ଷୀରୋଦ ଚନ୍ଦ୍ର ମିଶ୍ର, ସୁବାସ ଚନ୍ଦ୍ର ମିଶ୍ର, ସତ୍ୟବ୍ରତ ମିଶ୍ର,ଦେବବ୍ରତ୍ତ ମିଶ୍ର, ଦୁର୍ଗାନନ୍ଦନ ମିଶ୍ର, ନନ୍ଦନନ୍ଦନ ମିଶ୍ର ଓ ଦୁର୍ଗାମାଧବ ମିଶ୍ର ଆଦି ପକ୍ଷରୁ ଏହି ମହୌଷଧି ଯୋଗାଇଥିବାର ସୂଚନା ରହିଛି ।